ଓଡିଶାକୁ ୨୫ ବର୍ଷ ତଳକୁ ଟାଣିନେବା ଭଳି ମେନିଫେଷ୍ଟୋ କରିଛି ବିଜେପି: ପାଣ୍ଡିଆନ

୨୦୧୯ରେ ଭୋଗରାଇବାସୀ ଯାହା ଦାବି ରଖିଥିଲେ ସେସବୁ ବିଜେଡି ସରକାର ପୂରଣ କରିଛି ।ଭୁଷଣ୍ଡେଶ୍ୱର ମନ୍ଦିରର ରୂପାନ୍ତରିକରଣ ପାଇଁ ଆର୍ଥିକ ସହଯୋଗ ଦିଆଯାଇଛି । ଭୋଗରାଇର ଡ୍ରେନେଜ୍ କାମ କରିବାକୁ ଭୋଗରାଇ ସଂସ୍କାର ପ୍ରୋଜେକ୍ଟ ପାଇଁ ୧୦୦ କୋଟି ଟଙ୍କା ମଂଜୁର ହୋଇଛି । ଏହାସହ କୋଷ୍ଟ କେନାଲ କାମ ପାଇଁ ୨୧୮ କୋଟି ଟଙ୍କା ମଂଜୁର ହୋଇଛି ।

ଆଉ ବାକି କାମ ସାଂସଦ ଓ ବିଧାୟକ ଆଗେଇ ନେବେ । ଏଯଶଏର୍ ମୁଖ୍ୟମନ୍ତ୍ରୀ ଯାହା ବିକାଶମୂଳକ କାମ କରିଛନ୍ତି ତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ୩ ଟି ଫେଜରେ ମେଜରିଟି ପାଇସାରିଲେଣି । ହେଲେ ଓଡିଶାବାସୀ ଜାଣିବା କଥା, ବିଜେପି ଓଡିଶାବାସୀଙ୍କ ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭିକେ ପାଣ୍ଡିଆନ୍ । ଓଡିଶାକୁ ୨୫ ବର୍ଷ ତଳକୁ ଟାଣିନେବା ଭଳି ମେନିଫେଷ୍ଟୋ କରିଛି ବିଜେପି । କେବଳ ମିଛକଥା, ଅପପ୍ରଚାର ଓ କୁମ୍ଭୀରକାନ୍ଦଣା ବିଜେପି ସବୁବେଳେ କରେ ବୋଲି କହିଛନ୍ତି ପାଣ୍ଡିଆନ୍ ।