ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ନବୀନଙ୍କ ଅଭିଭାଷଣର ମୁଖ୍ୟାଂଶ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବିକାଶର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି । ରାଜ୍ୟ ପରିଷଦ ବୈଠକରେ ନବୀନ ସମସ୍ତଙ୍କ ଠାରୁ ୨ଟି ଲେଖାଏଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ମିଳିଥିବା ପ୍ରସ୍ତାବକୁ ନେଇ ବିଜେଡି ସଭାପତି ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆପଣମାନେ ବହୁଚ ଭଲ ପ୍ରସ୍ତାବ ଦେଇଛନ୍ତି । ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଏଥିସହ ନବୀନ ସମସ୍ତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

-ଆମ ସରକାର ଆରମ୍ଭରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି
-ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ: ମୁଖ୍ୟମନ୍ତ୍ରୀ
-ଆମେ ଗରିବୀ, ରୋଗ, ଆଞ୍ଚଳିକ ଅସମତା ବିରୋଧରେ ଲଢ଼ୁଛୁ
-ପ୍ରାକୃତିକ ବିପର୍ଯ୍ୟୟ, ଅସମାନତା ଅପାରଗତା ବିରୋଧରେ ଲଢ଼େଇ
-ସ୍ୱଚ୍ଛତା ଉପରେ ଗୁରୁତ୍ୱ, ଦୁର୍ନୀତି ମୂଳୋତ୍ପାଟନ ନକଲେ ମୂଲ୍ୟହୀନ ହେବ ଲଢ଼େଇ
-ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ ଦେଶରେ ଆମ ପାଇଁ ସୁନାମ ଆଣିଛି
-ଦୁର୍ନୀତି ମାମଲାର ବିଚାର କିମ୍ବା ମାମଲାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା
-ଦୁର୍ନୀତିଗ୍ରସ୍ତଙ୍କର ସମ୍ପତ୍ତି ବାଜ୍ୟାପ୍ତି, ସବୁଥିରେ ଆମ ରାଜ୍ୟ ଆଗରେ
-ବର୍ଷକ ମଧ୍ୟରେ ୯୧ ଜଣ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଚାକିରିରୁ ବରଖାସ୍ତ
-ସରପଞ୍ଚଙ୍କ ଠାରୁ ମନ୍ତ୍ରୀ ସମସ୍ତଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣ ହେବ
-ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ

bjd state council meeting