ପ୍ରାର୍ଥୀପତ୍ର ଦାଖଲ କଲେ ଭର୍ତ୍ତୃହରି ମହତାବ

କଟକ:ଭର୍ତ୍ତୃହରି ମହତାବ ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ରାଜ୍ୟସଭା ସାଂସଦ ତଥା ‘ସମ୍ପାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ତଥା ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ଭର୍ତ୍ତୃହରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭର୍ତ୍ତୃହରିଙ୍କ ବିରୋଧରେ ବିଜେପିରୁ ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ପଂଚାନନ କାନୁନଗୋଙ୍କୁ ପ୍ରାର୍ଥୀ କରିଛି । ଭର୍ତ୍ତୃହରି ମହତାବ ଏହି ଆସନରୁ ବିଜେଡି ଟିକେଟରେ ଲଗାତାର ୧୯୯୮ ମସିହାରୁ ଜିତିଆସୁଛନ୍ତି। କଟକ-ଚୌଦ୍ୱାର ଆସନରୁ ବି ଆଜି ପ୍ରାର୍ଥୀପତ୍ର ଭରିବେ ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳ ।