ବିଜେଡିର ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ବିଜୁ ଜନତାଦଳ ପକ୍ଷରୁ ୨ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଢ଼େଙ୍କାନାଳ ଲୋକସଭା ଆସନ ପାଇଁ ବିଧାୟକ ମହେଶ ସାହୁଙ୍କ ନାମ ଘୋଷଣା କରାଯାଇଥିବା ବେଳେ କେନ୍ଦୁଝର ଲୋକସଭାରୁ  ଚନ୍ଦ୍ରାଣୀ ମୁର୍ମୁ ପ୍ରାର୍ଥୀ କରାଯାଇଛି। ସେହିପରି ଖଣ୍ଡପଡା ବିଧାନସଭା ଆସନରୁ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ଯାଜପୁର ବିଧାନସଭା ଆସନରୁ ପ୍ରଣବ ପ୍ରକାଶ ଦାସ ଏବଂ ଭୁବନେଶ୍ବର (ମଧ୍ୟ) ଆସନରୁ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରାଯାଇଛି।

ଲୋକସଭା ଆସନ

ଢ଼େଙ୍କାନାଳ – ମହେଶ ସାହୁ

କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ

ବିଧାନସଭା ଆସନ

ଖଣ୍ଡପଡା – ସୌମ୍ୟ ରଞ୍ଜନ ପଟ୍ଟନାୟକ

ଯାଜପୁର – ପ୍ରଣବ ପ୍ରକାଶ ଦାସ

କୋରେଇ- ଅଶୋକ ବଳ

ଭୁବନେଶ୍ବର ଉତ୍ତର – ସୁଶାନ୍ତ କୁମାର ରାଉତ

ଭୁବନେଶ୍ବର ମଧ୍ୟ – ଅନନ୍ତ ନାରାୟଣ ଜେନା

ପାଲଳହଡା- ମୁକେଶ ପାଲ

ଆଠମଲ୍ଲିକ- ରମେଶ ଚନ୍ଦ୍ର ସାଏ