ପୁଣିଥରେ ପରଦାରେ “ଇଶ୍କଜାଦେ” ଯୋଡି

ମୁମ୍ବାଇ: ଖୁବଶୀଘ୍ର ପରଦାରେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ଓ ଚୁଲବୁଲି ଅଭିନେତ୍ରୀ ପରିଣୀତିଙ୍କ ରୋମାନ୍ସ କରୁଥିବାର ନଜର ଆସିବେ। ଦୁଇଜଣ ଆଗାମୀ ଫିଲ୍ମ ‘ସନ୍ଦୀପ ଔର ପିଙ୍କି’ରେ ଅଭିନୟ କରୁଥିବାର ଦେଖାଯିବେ। ଇତିମଧ୍ୟରେ ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରିଦେଇଛନ୍ତି ମେକର୍ସ। ଅର୍ଜୁନ ଓ ପରିଣତି ଫ୍ୟାନ୍ସଙ୍କ ପାଇଁ ମଧ୍ୟ ପରସ୍ପର ଫାଷ୍ଟଲୁକ ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫିଲ୍ମରେ ସବୁଠାରୁ ଆଶ୍ଚର‌୍ୟ୍ୟକର କଥା ହେଲା ଯେ ଅର୍ଜୁନ ପିଙ୍କି ଦହିୟା ଭୂମିକାରେ ଅଭିନୟ କରୁଥିବା ବେଳେ ପରିଣୀତି, ସନ୍ଦୀପ କୌର ଭୂମିକାରେ ଦେଖାଯିବେ। ଫିଲ୍ମଟି ୟଶ ରାଜ ଫିଲ୍ମସ ଦ୍ବାରା ନିର୍ମାଣ ହେଉଛି। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଦିବାକାର ବାନାର୍ଜୀ। ଏହି ଡ୍ରାକ କମେଡି ଫିଲ୍ମ ଏମାସ ୨୦ ତାରିଖରେ ରିଲିଜ ହେବାକୁ ଯାଉଛି।

ଅର୍ଜୁନ, ପରିଣୀତିଙ୍କ ଫାଷ୍ଟଲୁକ ପୋଷ୍ଟର ଟ୍ବିଟରରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସାକ୍ଷାତ କରନ୍ତୁ ମୋ କ୍ରାଇମ ପାର୍ଟନରଙ୍କ ସହ। ସନ୍ଦୀପ ଉର୍ଫ ପରିଣୀତି ଚୋପ୍ରା।’ ଅର୍ଜୁନ ନିଜ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସାକ୍ଷାତ କରନ୍ତୁ ପିଙ୍କି ଦହିୟା ଉର୍ଫ ସନ୍ଦୀପଙ୍କ ଫେରାର ପାର୍ଟନରଙ୍କ ସହ।’

ସେପଟେ ପରିଣୀତି ମଧ୍ୟ ଅର୍ଜୁନଙ୍କ ଫାଷ୍ଟଲୁକ ପୋଷ୍ଟର ସେୟାର କରିବା ସହ ନିଜର ମଧ୍ୟ ପୋଷ୍ଟର ସେୟାର କରିଛନ୍ତି । ପ୍ରକାଶ ଥାଉକି ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ଏହି ଫିଲ୍ମ ୨୦୧୮ରେ ରିଲିଜ ହୋଇଥାଆନ୍ତା । ହେଲେ କିଛି ସମସ୍ୟା ପାଇଁ ମେକର୍ସ ୨୦୧୯ରେ ଫିଲ୍ମ ରିଲିଜ କରିବାକୁ ସ୍ଥିର କରିଥିଲେ । ହେଲେ ୨୦୧୯ରେ ମଧ୍ୟ ଫିଲ୍ମଟି ରିଲିଜ ହୋଇପାରିନଥିଲା । ପୂର୍ବରୁ ଅର୍ଜୁନ ଓ ପରିଣୀତି ୨୦୧୨ରେ ଆସିଥିବା ‘ଇଶ୍କଜାଦେ’। ଏହି ଫିଲ୍ମ ଜରିଆରେ ବଲିଉଡରେ ଦୁଇ ଷ୍ଟାର ଡେବ୍ୟୁ କରିଥିଲେ। ଏହାପରେ ୨୦୧୮ରେ ଆସିଥିବା ‘ନମନ୍ତେ ଇଂଲଣ୍ଡ’ରେ ନଜର ଆସିଥିଲେ ।