ଆଗ୍ରାର ୬ କୋରୋନା ସନ୍ଦିଗ୍ଧଙ୍କ ନମୁନା ନେଗେଟିଭ

ଲକ୍ଷ୍ମୌ: ଆଗ୍ରାର ୬ କୋରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ । ରକ୍ତ ନମୁନାରେ ନେଗେଟିଭି ମିଳିବା ପରେ ମଧ୍ୟ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଂଟାଇନ୍ ରେ ରଖାଯିବା । ଏହା ସହ ସେମାନଙ୍କର ପୁଣି ଥରେ ରକ୍ତ ପରୀକ୍ଷା କରାଯିବ । ଏନେଇ ଭୟଭୀତ ନ ହେବାକୁ କହିଛନ୍ତି ଜିଲ୍ଲା ପ୍ରଶାସନ ବିଏନ ସିଂ । ସେପଟେ, ସରକାର ଓ ପ୍ରଶାସନ ଏମାନଙ୍କ ପ୍ରତି ନଜର ରଖିଛି ବୋଲି ସେ କହିଛନ୍ତି ।

ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଏକ ବ୍ୟକ୍ତି ତାଙ୍କ ପୁଅର ଜନ୍ମ ଦିନ ପାଳିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଅନେକ ଲୋକେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହା ପରେ ୬ ଜଣଙ୍କ ନିକଟରେ କୋରୋନା ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ଅବଜରଭେସନରେ ରଖାଯାଇଥିଲା । ସେପଟେ, ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି, ସ୍କୁଲ ବନ୍ଦ କରିବା ନେଇ କୌଣସି ସୂଚନା ଜାରି ହୋଇନଥିଲା ।

ନୋଏଡାରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । କୋରୋନା ରୋଗୀଙ୍କୁ ଏବେ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତି କରାଯାଇଛି । ଅନ୍ୟପଟେ, ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ୬ ଜଣଙ୍କ ଠାରେ କୋରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଥିଲେ ।