ଖୋଲିଲା ହୀରାକୁଦ ଡ୍ୟାମ୍‌ର ୧୬ଟି ଗେଟ୍‌

ସମ୍ୱଲପୁର: ହୀରାକୁଦ ଡ୍ୟାମରୁ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲାଯାଇଛି। ପ୍ରଥମେ ଜଳଭଣ୍ଡାରର ୨ଟି ଗେଟ୍ ଖୋଲିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିଛି।

ତେବେ ତଳମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି ଯେ, ମୁଣ୍ଡଳୀରେ ବର୍ତ୍ତମାନ ଜଳସ୍ତର କମିଛି। ଖଇରମାଲ୍‌ରେ ବର୍ତ୍ତମାନ ୩ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ରହିଛି। ହୀରାକୁଦ ଡ୍ୟାମରୁ ଆଜି ୧୬ଟି ଗେଟ୍ ଦେଇ ୨ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ଛଡ଼ା ଯିବ।

ଏହି ପାଣି ପହଞ୍ଚିଥିବା ପରେ ଖଇରମାଳ ଦେଇ ପ୍ରାୟ ୪ ଲକ୍ଷ ୩୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବ ଏବଂ ମୁଣ୍ଡଳୀ ଦେଇ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ତେଣୁ ତଳ ମୁଣ୍ଡରେ କୌଣସି ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗ ସଚିବ କହିଛନ୍ତି।