ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡି ଗିରଫ

କୋରାପୁଟ: ଦୁର୍ଦ୍ଦାନ୍ତ ମାଓବାଦୀ ମଦାବି ବଣ୍ଡିକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଫେବ୍ରୁଆରିରେ କୋରାପୁଟ ଜିଲ୍ଲାର ସୁଙ୍କିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟାଇ ୮ପୁଲିସ କର୍ମଚାରୀଙ୍କ ଜୀବନ ନେଇଥିବା ଘଟଣାରେ ସଂପୃକ୍ତ ଛତିଶଗଡ଼ର ଦାନ୍ତେଓ୍ଵାଡା ଅଞ୍ଚଳରେ ସକ୍ରିୟ ଥିବା ଏହି ଦୁର୍ଦ୍ଦାନ୍ତ ମାଓକ୍ୟାଡରଙ୍କ ମୁକ୍ତ ଉପରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ପୁଲିସ ଘୋଷଣା କରିଥିଲା। ବୁଧବାର ତାଙ୍କୁ କୋରାପୁଟ ଜିଲ୍ଲାର ଏକ ଅଜଣା ସ୍ଥାନରୁ ଗିରଫ କରାଯିବା ପରେ କୋରାପୁଟ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ମଦାବି ବଣ୍ଡିଙ୍କୁ ଜାମିନ ନମିଳିବାରୁ ତାଙ୍କୁ କୋରାପୁଟ ସଦର ଜେଲକୁ ପଠାଇ ଦିଆଯାଇଛି।