ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ

ହଠାତ ଅସୁସ୍ଥ ହୋଇପଡିଲେ ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱରରୁ ଦେବଗଡ କୋର୍ଟକୁ ସ୍ଥାନାନ୍ତର କରୁଥିଲା ପୋଲିସ । ଗିରଫ ପରେ ବିଧାୟକଙ୍କୁ ଦେବଗଡ କୋର୍ଟକୁ ନିଆଯାଉଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅସୁସ୍ଥ ଅନୁଭବ କରିଥିଲେ ବିଧାୟକ । ପରେ ବିଧାୟକଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ବିଡିଓଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଭୁବନେଶ୍ୱର ଯାଉଥିବା ବେଳେ ଗିରଫ କରିଛି ଦେବଗଡ଼ ପୁୁଲିସର ସ୍ୱତନ୍ତ୍ର ଟିମ୍ । ବିଧାୟକଙ୍କ ସମେତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦେବଗଡ ତିଲେଇବଣି ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ତିଲେଇବଣି ବ୍ଲକ ଭାଲିଆଗୁଡି ଗାଁରେ ବିଡିଓ ପୁଷ୍ପଚନ୍ଦ୍ର ଦଳପତିଙ୍କୁ ବିଧାୟକ ସୁବାଷ ପାଣିଗ୍ରାହୀ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ପୁଷ୍ପଚନ୍ଦ୍ର ଦଳପତି । ଏନେଇ ବିଡିଓ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସୂଚନା ଅନୁସାରେ ତିଲେଇବଣି ବିଡିଓ, ରାଜସ୍ୱ ବିଭାଗ କର୍ମଚାରୀଙ୍କ ସହ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ଯୁଗ୍ମ ତଦନ୍ତ ପାଇଁ ଯାଇଥିଲେ । ଏହି ସମୟରେ ବିଧାୟକ ତାଙ୍କ ସହଯୋଗୀଙ୍କ ସହ ସେଠାରେ ପହଂଚି ବିଡିଓଙ୍କୁ ଅତର୍କିତ ଆକ୍ରମଣ କରିଥିବା ବିଡିଓ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବଳପୂର୍ବକ ଗାଡିରେ ଉଠାଇ ନେବାକୁ ପ୍ରୟାସ କରିଥିଲେ । ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ନେଉଥିବା ବେଳେ ପୁଣି ଆକ୍ରମଣ ଆଶଙ୍କା କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ବିଡିଓ । ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଏନେଇ ଥାନାରେ ଏତଲା ଦେଇଥିଲେ ।