ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ; ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଆଉ ଜଣେ ହାର୍ଡକୋର ମାଓବାଦୀ । ତା ନାଁ ଲାଲସୁ ଓରଫ ଲକ୍ଷ୍ମଣ ଆପକା । ଆଜି ଏହି ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡିଶା ମାଓ ସଂଗଠନରେ ଏରିଆ କମାଣ୍ଡର ଭାବରେ କାର୍ଯ୍ୟକରି ଆସୁଥିବା ଲକ୍ଷ୍ମଣ କଳାହାଣ୍ଡି ଜିଲ୍ଲାରେ ବଂଶଧାର ଘୁମୁସର ନାଗାବଳୀ CPI ମାଓ ସଙ୍ଗଠନରେ ଦୀର୍ଘ ୧୧ ବର୍ଷ ଧରି ୫ଟି ବଡ଼ ଘଟଣାରେ ସାମିଲ ଥିଲା ।

ଲାଲସୁ ଓରଫ ଲକ୍ଷ୍ମଣ ଆପକା ନାଁରେ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ରବିବାର ଲକ୍ଷ୍ମଣ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାକେଶ ପଣ୍ଡିତ, CRPF କମାନଣ୍ଡେଣ୍ଟ ବିପ୍ଳବ ସରକାର, କଳାହାଣ୍ଡି SP ଶ୍ରବଣ ବିବେକ ସମେତ ଅନେକ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଡିଆଜି ରାଜେଶ ପଣ୍ଡିତ କହିଛନ୍ତି, “ଗତ କିଛି ଦିନ ତଳେ କଳାହାଣ୍ଡି ପୋଲିସ ପକ୍ଷରୁ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ରାମଦାସ ଓ କଲମଦେଇଙ୍କ ବିବାହକୁ ଦେଖି ଲକ୍ଷ୍ମଣ ଆପକା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ।