ଦ୍ୱିତୀୟ ଥର ପାଇଁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦେଲା ଋଷ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ପୁଣି ଥରେ ଋଷ ତରଫରୁ ପରମାଣୁ ବୋମା ଆକ୍ରମଣ ନେଇ ଧମକ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଧମକ ଦେଇଛି ଋଷ । ଆମେରିକାରେ ଋଷର ରାଜଦୂତ ଦିମିତ୍ରୀ ପୋଲାନସ୍କୀ ପରମାଣୁ ଆକ୍ରମଣ ନେଇ କହିଛନ୍ତି । ଏହା ପୂର୍ବରୁ ପ୍ରଥମେ କେମାଲିପରେ ପ୍ରବକ୍ତା ଦିମିତ୍ରୀ ପେସକୋଭ ଏହି ପରମାଣୁ ଆକ୍ରମଣ ନେଇ କହିଥିଲେ ।

ଦିମିତ୍ରୀ ପୋଲାନସ୍କୀ କହିଛନ୍ତି ଯେ ଯଦି ନାଟୋ ତରଫରୁ ତାଙ୍କୁ ଉସ୍କାଯିବ ତେବେ ଋଷ ପରମାଣୁ ବୋମା ବ୍ୟବହାର କରିବ । ଦିମିତ୍ରୀ ପୋଲାନସ୍କୀ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦି ଋଷ ସାମ୍ନାରେ ଅସ୍ଥିତ୍ୱ ବିପଦ ଆସେ ତେବେ ପୁଟିନ ପରମାଣୁ ହତିଆର ବ୍ୟବହାର କରିବେ ।

ଆମେରିକା ନାଟୋ ଦେଶ ସହ ମିଶି ଋଷକୁ ଘେରିବାକୁ ପ୍ରସ୍ତୁତି କରୁଛି । ଗୁରୁବାର ବ୍ରସେଲ୍ସରେ ନାଟୋର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଯେଉଁଥିରେ ୟୁକ୍ରେନ-ଋଷ ଯୁଦ୍ଧ ନେଇ ଆଲୋଚନା ହେବ । ଏଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାମିଲ ହେବ ।

ଅନ୍ୟପଟେ ଭୋଲୋଡିମିର ଜେଲେନସ୍କୀ ବିଶ୍ୱକୁ ଯୁଦ୍ଧ ରୋକିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଆମ ସମସ୍ତଙ୍କୁ ମିଶି ଯୁଦ୍ଧ ରୋକିବା ଦରକାର । ଦୁନିଆକୁ ଯୁଦ୍ଧ ରୋକିବା ଦରକାର । ଯୁଦ୍ଧକୁ ନେଇ ଋଷରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳୁଛି । ପୁଟିନକୁ ନିଷ୍ପତ୍ତିକୁ ବିରୋଧ କରି ତାଙ୍କର ଅନେକ ସହଯୋଗୀ ଦେଶ ମଧ୍ୟ ଛାଡ଼ିଛନ୍ତି ।