କରୋନା ମୃତ୍ୟୁର ସତ୍ୟତା ଯାଞ୍ଚ ହେଉ

କରୋନାରେ ମୃତ୍ୟୁବରଣ କରିଥିବା ନେଇ ମିଥ୍ୟା ଦାବି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯାଞ୍ଚ କରିବା ନେଇ ସର୍ବୋଚ୍ଚ ନ୍ୟାୟଳୟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି । ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,ଗୁଜରାଟ,କେରଳ ଓ ମହାରାଷ୍ଟ୍ରରେ ପାଞ୍ଚ ପ୍ରତିଶତ ଦାବିକୁ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜ୍ୟମାନଙ୍କରେ କରୋନାରେ ହୋଇଥିବା ମୃତ୍ୟୁର ରେକର୍ଡ ଓ ଦାବି ହୋଇଥିବା ମୃତ୍ୟୁ ମଧ୍ୟରେ ଭିନ୍ନତା ସାମ୍ନାକୁ ଆସିଛି ।

ସୁପ୍ରିମକୋର୍ଟ କରୋନାରେ ହୋଇଥିବା ମୃତ୍ୟୁର ଅନୁକମ୍ପା ରାଶି ପାଇବା ପାଇଁ ଦାବି କରିବାର ସ୍ୱତନ୍ତ୍ର ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି ।

୨୮ ମାର୍ଚ୍ଚ ଯାଏଁ ଅନୁକମ୍ପା ରାଶି ଦାବି କରି ପାରିବେ । ଏହା ବ୍ୟତୀତ ଆଗକୁ କରୋନା ଜନିତ ମୃତ୍ୟୁ ହେଲେ ୯୦ ଦିନ ମଧ୍ୟରେ ଦାବି କରିପାରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର ପାଞ୍ଚ ରାଜ୍ୟରେ ପାଞ୍ଚ ପ୍ରତିଶତ ଦାବିକୁ ଯାଞ୍ଚ କରିପାରିବେ । ସନ୍ଦେହ ଥିବା ସ୍ଥାନରେ କେନ୍ଦ୍ର ଅଧିକ ଯାଞ୍ଚ କରିପାରିବ । କେନ୍ଦ୍ର ସରକାର କରୋନାରେ ହୋଇଥିବା ମୃତକଙ୍କ ପାଇଁ ୫୦ ହଜାର ଲେଖାଏଁ ଅନୁକମ୍ପା ରାଶି ଦେବା ପାଇଁ ସ୍ୱୀକାର କରିଥିଲେ । ମାର୍ଚ୍ଚ ୧୪ରେ ହୋଇଥିବା ଶୁଣାଣି ଅନୁଯାୟୀ ପ୍ରଦାନ କରାଯାଇଥିବା ସମୟସୀମାର ବ୍ୟତିକ୍ରମ ହେଲେ ଏହାକୁ ନେଇ ସିଏଜି ଦ୍ୱାରା ଏହାର ଯାଞ୍ଚ ହୋଇପାରିବ ।

ଗତବର୍ଷ ଅକ୍ଟୋବର ୪ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ସମସ୍ତ ରାଜ୍ୟରେ କରୋନାରେ ହୋଇଥିବା ମୃତକଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । କୌଣସି ରାଜ୍ୟ ଅନୁକମ୍ପା ରାଶି ଦେବାରୁ ଓହରି ପାରିବେ ନାହିଁ । ମାତ୍ର ପ୍ରମାଣପତ୍ରରେ ମୃତ୍ୟୁ କରୋନା ପାଇଁ ହୋଇଥିବା ଆବଶ୍ୟକ । ମହାମାରୀ ପାଇଁ ଏଯାଏଁ ୫.୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ଏନେଇ ସୂଚନା ମିଳିଛି । ଗୁଜରାଟ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କେରଳରେ ୨.୩୬ ଲକ୍ଷ ଲୋକଙ୍କ ଜୀବନ କରୋନା ପାଇଁ ଚାଲି ଯାଇଛି ।