ସରିଲା ପୌର ନିର୍ବାଚନ; କେଉଁଠି କେତେ ପ୍ରତିଶତ ମତଦାନ ହେଲା ଜାଣନ୍ତୁ

ପୌର ନିର୍ବାଚନ ଭୋଟ ନେଇ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନ । ୧୦୬ ପୌରାଞ୍ଚଳରେ ୬୫ ପ୍ରତିଶତ ମତଦାନ ହୋଇଛି । କଟକ ମହାନଗରରେ ୬୫ ପ୍ରତିଶତ, ଭୁବନେଶ୍ୱରରେ ୫୦ ପ୍ରତିଶତ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ମତଦାନ ହୋଇଛି । ସେହିପରି ଉମରକୋଟ ୱାର୍ଡ ନମ୍ବର ୮ରେ ଅଧ୍ୟକ୍ଷ ଭୋଟ ବନ୍ଦ ରହିଛି । ସେହିପରି ଭଦ୍ରକ ଓ ଧାମନଗରରେ ମଧ୍ୟ ରି-ପୋଲ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।