ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ

ମଞ୍ଚେଷ୍ଟର: ଆଇସିସି କ୍ରିକେଟ ବିଶ୍ୱକପର ୩୪ତମ ମ୍ୟାଚ ଆଜି ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ । ଆଜିର ମ୍ୟାଚକୁ ଜିତି ଟିମ୍ ଇଣ୍ଡିଆ ସେମିଫାଇନାଲ ଟିକେଟ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୱେଷ୍ଟଇଣ୍ଡିଜ ତାର ଦ୍ୱିତୀୟ ବିଜୟ ହାସଲ କରିବାକୁ ଟିମ୍ ଇଣ୍ଡିଆକୁ କଡା ଟକ୍କର ଦେବ ।

ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ତାର କୌଣସି ମ୍ୟାଚରେ ହାରି ନଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଟିମ୍ ଇଣ୍ଡିଆ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ବାଲିତ ସହିତ ମୋଟ୍ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ୱେଷ୍ଟଇଣ୍ଡିଜ ୬ଟି ମ୍ୟାଚରୁ ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ମ୍ୟାଚ ସହିତ ମୋଟ୍ ୩ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେବେ ଆଜି ଏକ ଜୋରଦାର ଲଢେଇ ଦେଖିବାକୁ ମିଲିକ ବୋଲି କ୍ରିକେଟପ୍ରେମୀ ଆଶାରଖିଛନ୍ତି ।