କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରାକର ଏକ କଠୋର ପ୍ରଣୟନ କରିଛନ୍ତି । ଏଣିିକି କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ  ଜେଲ ଦଣ୍ଡ ସହ ଜରିମାନା ଆଦାୟ କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ନିକଟରେ ହୋଇଥିବା ଆକ୍ରମଣ ଘଟଣାରେ ମେଡିକାଲ କର୍ମଚାରୀ, ଡାକ୍ତର, ଆଶା କର୍ମୀ ଏବଂ ଅନ୍ୟ ସମସ୍ତ ଫ୍ରଣ୍ଟଲାଇନ  କୋଭିଡ-୧୯ କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏପିଡେମିକ୍ ରୋଗ ଅଧିନିୟମ, ୧୮୯୭ରେ ସଂଶୋଧନ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁମାନେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବେ କିମ୍ବା ଭେଦଭାବ କରିବେ ସେମାନେ ୩ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହ  ୫୦,୦୦୦ରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ | ଯଦି ଘଟଣା ଗୁରୁତର ହୁଏ ତେବେ ଜେଲ ଦଣ୍ଡ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ୧-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ପଡିପାରେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି।

ଏହା ସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହା ମଧ୍ୟ କହିଛନ୍ତି ଯେ ଯଦି ଗାଡି, ମେଡିକାଲ କ୍ଲିନିକ କିମ୍ବା ଫ୍ରଣ୍ଟଲାଇନ କୋଭିଡ-୧୯ କର୍ମଚାରୀଙ୍କ ଅନ୍ୟ କୌଣସି ସମ୍ପତିର କ୍ଷତି ହୁଏ, ତେବେ ଅଭିଯୁକ୍ତକୁ କ୍ଷତିଗ୍ରସ୍ତ ସମ୍ପତିର ବଜାର ମୂଲ୍ୟରୁ ଦୁଇଗୁଣ ମୂଲ୍ୟ ଦେବାକୁ ପଡିବ।