ପଶ୍ଚିମ ଆଫ୍ରିକାର ଚର୍ଚ୍ଚରେ ଆଖିବୁଜା ଗୁଳିମାଡ, ୨୪ ମୃତ

ଉଗାଡୋଗୁ: ପଶ୍ଚିମ ଆଫ୍ରିକାରେ ଏକାସହ ୨୪ ଜଣଙ୍କୁ ଗୁଳିକରି ହତ୍ୟା । ବୁରିକାନା ଫୋସୋ ଚର୍ଚ୍ଚରେ ଘଟିଛି ଏହି ଘଟଣା । ଏହାସହ ବନ୍ଧୁକଧାରୀ ଘଟଣାସ୍ଥଳରୁ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ।

ସୂଚନା ଅନୁସାରେ ପ୍ୟାନ୍ସି ଟାଉନ ଅଧିନସ୍ଥ ୟାଘା ଅଂଚଳରେ ଏଭଳି ହୃଦୟ ବିଦାରକ ଘୟଣା ଘଟିଛି। ପ୍ରାୟ ୨୦ ଜଣ ଦୁର୍ବୃତ ବନ୍ଧୁକଧରି ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲେ । ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ୧୮୦ କିଲୋମିଟର ଦୂର ଡୋରୀ ଟାଉନ ହସ୍ପିଟାଲରେ ଭର୍ତି କରାଯାଇଛି ।

ଗୁରୁତରଙ୍କୁ ଭେଟିଛନ୍ତି ବୋଣ୍ଡର କମ୍ୟୁନର ମେୟର ସିହାନରୀ ଓସାଙ୍ଗୋଲା ବ୍ରିଗେଡି । ଏମାନଙ୍କ ଅବସ୍ଥା ଦେଖି ଦୁଖଃ ପ୍ରକାଶ କରିଛନ୍ତି ମେୟର । ଏହି ଘଟଣା ଉଭୟ ଖ୍ରୀଷ୍ଟିୟାନ ଏବଂ ମୁସଲିମ ସଂପ୍ରଦାୟର ଲୋକଙ୍କର ମୃତ୍ୟୁ ଘଟିଛି । ଗତବର୍ଷ ବୁରିକାନା ଫୋସୋରେ ପ୍ରାୟ ୧୩୦୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ ଗନମ୍ୟାନ ।