ଦେବଗଡ : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ମାଷ୍ଟର ଗିରଫ । ଦେବଗଡ ଥାନା କୁଣ୍ଢେଇଗୋଳା ଗାଁରୁ ଆସିଛି ଏମିତି ଅଭିଯୋଗ । ଟ୍ୟୁସନ ଯାଉଥିବା ୫ ଜଣ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଟ୍ୟୁସନ ମାଷ୍ଟର ରବୀନ୍ଦ୍ର ସାହୁକୁ ଗିରଫ କରିଛି କଣ୍ଢେଇଗୋଳା ପୋଲିସ । ସେପଟେ ୫ ଜଣ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି । ଗତ ୨ ବର୍ଷ ଧରି ରବୀନ୍ଦ୍ର ନିଜ ଘରେ ଟ୍ୟୁସନ କରୁଥିବା ବେଳେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଥିଲା । ହେଲେ ଲୋକ ଲଜ୍ଜା ଭୟରେ ଛାତ୍ରୀମାନେ ଏକଥା କାହାରିକୁ ଜଣାଇନଥିଲେ । ଯନ୍ତ୍ରଣା ହେବାରୁ ୨ଜଣ ଛାତ୍ରୀ ଘର ଲୋକଙ୍କୁ ଅବଗତ କରାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଟ୍ୟୁସନ ମାଷ୍ଟରଙ୍କୁ ଗିରଫ କରିଛି ।