ଘରକୁ ଫେରିବ ସୁନ୍ଦରୀ, ତାରିଖ ସ୍ଥିର କରିବାକୁ ଚିଠି ଲେଖିଲେ ସରକାର

ଭୁବନେଶ୍ବର : ଫେରିଯିବ ବାଘୁଣି ସୁନ୍ଦରୀ । ସାତକୋଶିଆରୁ ନିଜ ବାସସ୍ଥାନ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ବାଘ ବଂଶ ବୃଦ୍ଧି ଲାଗି ସାତ କୋଶିଆରେ ହୋଇଥିବା ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ଉପରେ ପ୍ରଶ୍ନ ଉଠାଇ NTCA ଙ୍କ ବାଘୁଣି ସୁନ୍ଦରୀକୁ ଫେରାଇ ନେବାକୁ ନିସ୍ପତି କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଆଉ ଏବେ ସୁନ୍ଦରୀକୁ ଫେରାଇବାକୁ ବିଧି ବଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଘରକୁ ଫେରିବ ସୁନ୍ଦରୀ । ସୁନ୍ଦରୀ ବାପ ଘର ଯିବା ଲାଗି କେବଳ ତିଥି ବାରକୁ ଅପେକ୍ଷା । ଆଉ ଏହି ତାରିଖ ସ୍ଥିର କରିବାକୁ ମଧ୍ୟ ପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।ଆମେ କହୁଛୁ ଅନୁଗୋଳ ସାତକୋଶିଆ ଅଭୟାରଣ୍ୟର ଏନକ୍ଲୋଜର ଭିତରେ ଥିବା ବାଘୁଣି ସୁନ୍ଦରୀ କଥା । ବାଘୁଣି ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରୁ ତାର ଜନ୍ମ ସ୍ଥାନ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ନିଜ ସୁବିଧା ଦେଖି ଏହି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଚିଠିରେ ଲେଖିଛନ୍ତି । ସରକାରଙ୍କ ଏହି ଚିଠି ପରେ ସୁନ୍ଦରୀ ଓଡିଶା ଫେରିବା ନେଇ ସ୍ପଷ୍ଟ ହୋଇଯାଇଛି ।ବାଘ ବଂଶ ବୃଦ୍ଧି ଲାଗି ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ଆରମ୍ଭ ହୋଇଥିଲା । ଏନଟିସିଏର ନିଷ୍ପତ୍ତି କ୍ରମେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଗୋଟେ ଯୋଡା ବାଘ ବାଘୁଣି ଆସିଥିଲେ । ବାନ୍ଧବଗଡରୁ ବାଘ ଅଣାଯାଇ ସାତକୋଷିଆରେ ଛଡାଯାଇଥିଲା  । ସେଥିରୁ ଗୋଟିଏ ବାଘ T-1 ର ମୃତ୍ୟୁ ହୋଇଥିଲା । ସେପଟେ ସୁନ୍ଦରୀ ଜଣେ ମଣିଷକୁ ଆକ୍ରମଣ କରି ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ବିରୋଧ ହେବାରୁ ସୁନ୍ଦରୀକୁ  ପୁଣି ଟ୍ରାଙ୍କୁଲାଇଜ କରି  ଏନକ୍ଲୋଜରେ ରଖାଯାଇଛି । ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯିବା ନେଇ ଆପତ୍ତି ଉଠାଇ ନ୍ୟାସନାଲ ଟାଇଗର କନଞ୍ଜରଭେସନ ଅଥରଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । NTCA ଙ୍କ କହିବା ଅନୁଯାଇ ସୁନ୍ଦରୀକୁ ଓଡିଶା ସରକାର ଏକ ଛୋଟ ଏନକ୍ଲୋଜରରେ ରଖିଯାଇଛି । ଏହାସହ ତାକୁ ଧରିବା ପାଇଂ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନି । ଫଳରେ ସୁନ୍ଦରୀର ଶିକାର କରିବା କ୍ଷମତା କମିଯାଇଛି । ଏ ସଂପର୍କରେ NTCA ଡିଆଇଜି ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ । ଆଉ ଚିଠିର ଜବାବରେ ସୁନ୍ଦରୀକୁ ଫେରାଇ ନେବାକୁ ପାଲଟା ଚିଠି ଲେଖିଛନ୍ତି ରାଜ୍ୟ ସରକାର ।