ଗତକାଲି ଗୋଟିଏ ଦିନରେ ଟେଷ୍ଟ ହୋଇଛି ରେକର୍ଡ ସଂଖ୍ୟକ ନମୁନା

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଗତକାଲି ୨୨୦୯ଟି ନମୁନା ପରୀକ୍ଷା ହୋଇଥିବା ଜଣାପଡିଛି । ମଙ୍ଗଳବାର ୨ ହଜାର ୨୭ଟି ନମୁନା ପରୀକ୍ଷା ହୋଇଥିଲା। ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୁନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ ରେକର୍ଡ ସଂଖ୍ୟକ ପରୀକ୍ଷା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ନମୁନା ପରୀକ୍ଷଣ ସଂଖ୍ୟା ୧୫ ହଜାର ୯୮୪ରେ ପହଂଚିଛି।

ଏହା ମଧ୍ୟରୁ ୮୩ଟି ନମୁନା ପଜିଟିଭ୍ ଆସିଛି । ରାଜ୍ୟରେ ଏବେ ଆକ୍ଟିଭ୍ କେସ୍ ରହିଛି ୫୦ଟି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୨ ଜଣ । ବର୍ତମାନ ସୁଦ୍ଧା କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।