ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ କାମ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା ଦୁଃସାଧ୍ୟ କାମ । ଓଡ଼ିଶାର ସୀମାକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଲାଗିଛି । ପଡୋଶୀ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ସୀମା ହେଉଛି ମୋଟ ୩ ହଜାର ୫୬୩ କିଲୋମିଟର । ଏହି ସୀମା ମଧ୍ୟରେ ଘନ ଜଙ୍ଗଲ ଓ ସମୁଦ୍ର ମଧ୍ୟ ରହିଛି । ତେଣୁ ସୁଦୀର୍ଘ ସୀମା ଜଗିବା ସହଜ ନୁହେଁ । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ବାଗଚୀ କହିଛନ୍ତି, ଓଡ଼ିଶାର ସୀମାକୁ ପଂଚାୟତବାସୀ ହିଁ ଜଗିପାରିବେ । କାରଣ ପଂଚାୟତର ଗାଁଗୁଡ଼ିକ ଅନ୍ୟ ରାଜ୍ୟର ସୀମାଗୁଡ଼ିକ ଲାଗି ରହିଛି । ସ୍ଥାନୀୟ ନାଗରିକମାନେ ନିକଟସ୍ଥ ଗାଁର ଲୋକଙ୍କୁ ଭଲ ଭାବରେ ଜାଣିଛନ୍ତି । ସେମାନେ ଚାହିଁଲେ ବାହାର ରାଜ୍ୟ ତଥା ବାହାର ରାଜ୍ୟରୁ ସଂଯୋଗ କରୁଥିବା ରାସ୍ତାରେ ଆସୁଥିବା ଲୋକଙ୍କୁ ନିଜ ଗାଁକୁ ପ୍ରବେଶ ଦେଇ ନ ପାରନ୍ତି । ଏହାଦ୍ୱାରା ଅନ୍ୟରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେଇ ହେବ।

ଶ୍ରୀ ବାଗଚୀ ଆହୁରି କହିଛନ୍ତି ଯେ, ଓଡ଼ିଶାର ସମୀାକୁ ଜଗିବା ପାଇଁ ଆମ ପାଖରେ ଏତେ ସଂଖ୍ୟାରେ ପୁଲିସ  ନାହାନ୍ତି । କିନ୍ତୁ ଅନେକ ଲୋକ ଭାବୁଛନ୍ତି ଯେ, କାହିଁକି ରାଜ୍ୟ ସୀମାକୁ କାହିଁକି ସିଲ କରାଗଲା ନାହିଁ । କିନ୍ତୁ ଓଡ଼ିଶାର ସୀମା ସୁବିସ୍ତୃତ ।