ରାପିଡ ଟେଷ୍ଟ ୨ ଦିନ ପର୍ଯ୍ୟନ୍ତ ନ କରିବାକୁ ରାଜ୍ୟମାନଙ୍କୁ କହିଲା ଆଇସିଏମଆର

ନୂଆଦିଲ୍ଲୀ: ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ରାପିଡ ଟେଷ୍ଟ ନ କରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର) ପକ୍ଷରୁ ପରାମର୍ଶ ଜାରି କରାଯାଇଛି ।

ଆଇସିଏମଆର ପକ୍ଷରୁ  ଡ. ରମନ ଗଙ୍ଗାଖେଡକର କହିଛନ୍ତି ଯେ  ରାପିଡ ଟେଷ୍ଟ କିଟ (ଆରଟି-ପିସିଆର)  ଗୁଡ଼ିକର ଫଳାଫଳରେ ଭିନ୍ନତା ପରିଲକ୍ଷିତ ହେଉଥିବାରୁ ଏସବୁ କିଟଗୁଡ଼ିକର ଯାଂଚ କରିବାକୁ ବିଭିନ୍ନ ସ୍ଥାନକୁ ଟିମ ପ୍ରେରଣ କରାଯିବ । ଏହି ଯାଂଚ ପୂରଣ ନହେବା ପର୍ଯ୍ୟନ୍ତ ରାପିଡ ଟେଷ୍ଟ ବନ୍ଦ କରିବାକୁ ରାଜ୍ୟମାନଙ୍କୁ ଆଇଏସଏମଆର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଡ.ଗଙ୍ଗାଖେଡକର କହିଛନ୍ତି ଯେ ଆସନ୍ତା କାଲି ଏସବୁ କିଟ ଗୁଡଡ଼ିକର ଯାଂଚ ପାଇଁ ୮ଟି ବିଶେଷଜ୍ଞ ଟିମ ପ୍ରେରଣ କରାଯିବ । ଏହା ସହିତ ତ୍ରୁଟିପୂର୍ଣ୍ଣ କିଟ ପ୍ରେରଣ କରିଥିବା କମ୍ପାନିମାନଙ୍କୁ ଏବାବଦରେ ଅବଗତ କରାଯିବ ।