ରାଜ୍ୟ କ୍ୟାବିନେଟ୍ ବୈଠକ: କୋରୋନା ପାଇଁ ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ସେଥିମଧ୍ୟରୁ ଗୋଟିଏ ହେଉଛି, କୋରୋନା ପ୍ରତିଷେଧକ ପାଇଁ ରାଜ୍ୟ ସରକାର ୨୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାଜେକ୍ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କୋରୋନା କୁ ଆଖି ଆଗରେ ରଖି ରାଜ୍ୟରେ ଯଥେଷ୍ଟ ମାତ୍ରାରେ ମାସ୍କ, ପେପର ସପ୍‌, ପରିମଳ ସାମଗ୍ରୀ ମହଜୁଦ ରଖିବାକୁ ବି ଏଥିରେ ନିଷ୍ପତି ହୋଇଥିବାର ସୂଚନା ମିଳିଛି।।

ଏହାଛଡ଼ା ମ୍ୟୁନସିପାଲ୍ କର୍ପୋରେସନ୍  ଆକ୍ଟ-୧୯୫୦ର ସଂଶୋଧନ ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଥିବାର ସୂଚନା ମିଳିଛି। କ୍ୟାବିନେଟର ନିଷ୍ପତି ସଂପର୍କରେ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ ଅବଗତ କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତି ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବନି ବୋଲି କାଲି ଜଣାଯାଇଥିଲା।।