ଭୁବନେଶ୍ୱରଠାରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ର ୭ମ ବାର୍ଷିକ ଶାମ୍ଭବୀ ପୁରସ୍କାର ସମାରୋହ

ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍‌(ବିଆଇପିଏଫ୍‌) ର ଗତକାଲି ଭୁବନେଶ୍ୱରସ୍ଥିତ କ୍ରାଉନ୍ ହୋଟେଲରେ ୭ମ ଶାମ୍ଭବୀ ପୁରସ୍କାର ସମାରୋହର ଆୟୋଜନ ହୋଇଯାଇଛି ।

ଏହି ସମାରୋହରେ ଶ୍ରୀ ହୀରାଧର ସାହୁଙ୍କୁ “ଶାମ୍ଭବୀ ପୁରସ୍କାର ୨୦୨୦” ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ଅମିତାଭ ବେହର, ଚିଫ୍ ଏକଜିକ୍ୟୁଟିଭ୍ ଅଫିସର, ଅକ୍ସଫାମ୍ ଇଣ୍ଡିଆ ଏବଂ ସମ୍ମାନିତ ଅତିଥି ପ୍ରଫେସର ବି.ଏନ୍‌.ଥୋରଟ, ଡାଇରେକ୍ଟର ଓ ପ୍ରଫେସର, କେମିକାଲ ଇଞ୍ଜିନିୟରିଂ, ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲଜି ଭୁବନେଶ୍ୱର । ଦେଓଗଡ ଜିଲ୍ଲାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ “ଜିଲ୍ଲା ଜଙ୍ଗଲ ମଂଚ” ମାଧ୍ୟମରେ ବନ୍ୟ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ତଥଶ ଅଗ୍ରଣୀ ପ୍ରଚେଷ୍ଟା ନିମିତ ଶ୍ରୀ ସାହୁଙ୍କୁ ଏହି ପୁରସ୍କାର ପାଇଁ ମନୋନିତ କରାଯାଇଥିଲା ।

ଏହାବ୍ୟତୀତ “ଶାମ୍ଭବୀ ପୁରସ୍କାର ୨୦୨୦” ଛଡା ବିଆଇପିଏଫ୍ ସେହିମାନଙ୍କୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଥାଏ, ଯେଉଁମାନେ ଉତ୍ସାହର ଉଦାହରଣ ଭାବେ ନିଜକୁ ପ୍ରତିପାଦିତ କରନ୍ତି ଏବଂ ସମାଜକୁ ସୁଦୃଢ଼ କରିବାରେ ଏକ ଖମ୍ବ ସଦୃଶ । କଟକ ଜିଲ୍ଲାର ଗ୍ରାମୀଣ ଅଂଚଳମାନଙ୍କରେ ଅବହେଳିତ ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରିବାରେ ନିଜର ଉତ୍ସର୍ଗ, ନିଷ୍ଠା ଓ ନିସ୍ୱାର୍ଥପର ସେବା ପାଇଁ ଶ୍ରୀ ଅନିଲ ପ୍ରଧାନଙ୍କଚ ଚଳିତ ବର୍ଷର “ଜୁରୀ କମେଣ୍ଡେସନ ସାର୍ଟିଫିକେଟ ୨୦୨୦” ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅକ୍ସଫାମ୍ ଇଣ୍ଡିଆର ସିଇଓ ଅମିତାଭ ବେହର କହିଛନ୍ତି ଯେ, କ୍ରମ ବର୍ଦ୍ଧିଷ୍ଣୁ ଅସମାନତାର ଏହି ସମୟରେ ଏହା ସ୍ମରଣ ରଖିବା କଷ୍ଟକର ଯେ, ବାସ୍ତବ ପରିବର୍ତନ ସର୍ବଦା ନିମ୍ନ ସ୍ତରରୁ ହିଁ ହୋଇଥାଏ । ନିଜର ପ୍ରତିବଦ୍ଧତା ଏବଂ ଆଦର୍ଶ ମାଧ୍ୟମରେ ସଂସାରକୁ ପରିବର୍ତନ କରୁଥିବା ବାସ୍ତବ ବୀରମାନଙ୍କୁ ପରିପ୍ରକାଶ କରାଉଥିବା ଶାମ୍ଭବୀ ପୁରସ୍କାରକୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି । ନିସ୍ୱାର୍ଥ ନେତୃତ୍ୱ ଓ ସମର୍ପଣର ଏହି କାହାଣୀ ଦ୍ୱାରା ପ୍ରେରିତ ହୋଇ ମୁଁ ଫେରିଯାଉଛି ।

ଏହି ଉତ୍ସବକୁ ସମ୍ବୋଧନ କରି ଜୁରୀ ମେମ୍ବର ଶ୍ରୀ ଶାନ୍ତମୟ ଚାଟେର୍ଜୀ, ରିଜିଓନାଲ ପ୍ରୋଗ୍ରାମ ଡାଇରେକ୍ଟର, କେୟାର ଇଣ୍ଡିଆ କହିଲେ, ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶାମ୍ଭବୀ ପୁରସ୍କାର ଏକ ସୌଭାଗ୍ୟ ଏବଂ ସ୍ୱୀକୃତି । ବିଆଇପିଏଫ୍ କେବଳ ଏ କ୍ଷେତ୍ରରେ ଆଗକୁ ଏକ ପଦକ୍ଷେପ ନେଇନାହିଁ । ବ୍ୟକ୍ତିବିଶେଷଙ୍କୁ ପିଛା କରି ସମାଜରେ ସେମାନଙ୍କର ପ୍ରଭାବକୁ ସ୍ୱୀକୃତି ପ୍ରଦାନ କରିବାରେ ଅତି ସୁନ୍ଦର ଉତ୍ସାହ ମଧ୍ୟ ପ୍ରଦର୍ଶନ କରିଛି । କର୍ପୋରେଟ୍ ସୋସିଆଲ ଫାଉଣ୍ଡେସନ୍ ଗୁଡିକ ଏଭଳି ବିଶାଳ କାର୍ଯ୍ୟକୁ ହାତକୁ ନେଇ ଅତି ସୁନ୍ଦର ଭାବେ ନିଷ୍ପାଦନ କରିବାର ବହୁତ୍ କମ୍ ଦେଖିବାକୁ ମିଳୁଛି ।

ଅନ୍ୟତମ ଜୁରୀ ମେମ୍ବର ଏ.ପି ଦାସ ଜେନେରାଲ ମେମ୍ବର ନାବାର୍ଡ ଓଡ଼ିଶାର କହିଲେ, ସାରା ରାଜ୍ୟରେ ତୃଣମୂଳ ସ୍ତରରେ ବିଭିନ୍ନ ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ଦିଗରେ ଶାମ୍ଭବୀ ପୁରସ୍କାର ଏକ ମହାନ୍ ପଦକ୍ଷେପ ।ଏଭଳି ସୁକ୍ଷ୍ମ ସ୍ତରର ପ୍ରଚେଷ୍ଟାକୁ ପ୍ରୋତ୍ସାହିତ କରିବାରେ ଏବଂ ଭବିଷ୍ୟତର ଦାୟିତ୍ୱବାନ ସଭ୍ୟ ସମାଜ ଗଠନ ଦିଗରେ ଏହି ପୁରସ୍କାର ସହାୟକ ହେବ ।

ବିଆଇପିଏଫର ସିଇଓ ଶ୍ରୀମତୀ ଶୈଫାଳିକା ପଣ୍ଡା କହିଲେ, ଏକ ପରମ୍ପରାକୁ ବିକାଶ କରିବାରେ ଅନେକ ବର୍ଷର ସମର୍ପଣ ଲାଗିଥାଏ । ବିଆଇପିଏଫ୍ ରେ ଆମେ ବିଶ୍ୱାସ କରୁ ଯେ, ସମାଜ ପ୍ରବର୍ତକମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଂଚ ପ୍ରଦାନ କରିବା ଆମର ଏକ ପରମ୍ପରା । ଯେତେବେଳେ ପରିବର୍ତନ ନିର୍ମାତାମାନଙ୍କୁ ଏକ ମଂଚ ମିଳେ, ସେମାନେ ପରୋପକାରୀ ସିଦ୍ଧାନ୍ତଗୁଡିକୁ କାର୍ଯ୍ୟକାରୀ କରିବାରେ ଅଧିକ ପ୍ରେରିତ ହୁଅନ୍ତି ।

ସାମାଜିକ ପରିବର୍ତନର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଏବଂ ଅନ୍ୟମାନଙ୍କୁ ସେମାନଙ୍କ ପଦାଙ୍କ ଅନୁସରଣ କରିବାରେ ପ୍ରେରିତ କରୁଥିବା ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୪ ମସିହାରେ ବିଆଇପିଏଫ୍ ଦ୍ୱାରା ଶାମ୍ଭବୀ ପୁରସ୍କାରର ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ ଉପାୟନ ସହ ୨.୫୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଏ । ସେହିଭଳି “ଶାମ୍ଭବୀ ଜୁରୀ କମେଣ୍ଡେସନ୍ ସାର୍ଟିଫିକେଟ୍‌” ଆକାରରେ ଉପାୟନ ସହ ୫୦,୦୦୦ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଏ ।