ଆଗରେ ସ୍ପାର ହୋଡିଂ ,ଭିତରେ ଦେହ ବେପାର

ଭୁବନେଶ୍ୱର : ଆଗରେ ଲାଗିଥିଲା ସ୍ପାର ହୋଡିଂ । ଭିତରେ ଚାଲୁଥିଲା କୁତ୍ସିତ ଯୌନ ବେପାର । ସ୍ପା ନାଁରେ ଚାଲିଥିଲା ଦେହ ବ୍ୟବସାୟ । ରାଜଧାନୀରେ ସ୍ପାର ଆଢୁଆଳରେ ଯୌନ ବେପାର ହେୁଥିଲା । ଏମିତି ଏକ ସ୍ପା ଉପରେ ରେଡ କରି ତା ଉପରୁ ପରଦା ହଟାଇଛି କମିସନରେଟ ପୋଲିସ । ଖାରବେଳ ନଗର ଥାନା ଅଞ୍ଚଳରେ ସ୍ପା ଭିତରେ ଦେହ ବେପାର ଚାଲିଥିବାବେଲେ ପୋଲିସ କୁଇକ ଆକସନ ଟିମ ଓ ଖାରବେଳ ନଗର ଥାନା ପୋଲିସ ଚଢାଉ କରି ତିନି ଦେହଜୀବୀଙ୍କ ୁ ଧରିବା ସହ ୫ ଗ୍ରାହକଙ୍କୁ ଗିରଫ କରିଛି ।  ସେମାନେ ହେଲେ ବିଜୟ କୁମାର ଠାକୁର (୩୧), ସୁମିତ୍ କୁମାର ପ୍ରଧାନ (୨୯), ଜଗବନ୍ଧୁ ନାୟକ (୨୪), ଗୌତମ ଗୋଚ୍ଛାୟତ(୨୦) ଓ ସନ୍ଦୀପ ଏକ୍କା(୨୪)। ଏହାଛଡ଼ା ସ୍ପାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି। ମାତ୍ର କେତେଦିନ ଧରି ଏଠାରେ ସେକ୍ସ କାରବାର ଚାଲିଥିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।