ମାଆକୁ ସାପ କାମୁଡିଲା, ମାଆ ସହ ଶିଶୁବି ମୃତ୍ୟୁ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଘଟିଛି ଏକ ହୃଦୟ ବିଦାରକ ଘଟଣା ।  ମାଆକୁ ସାପ କାମୁଡିଲା, ତାପରେ ମାଆଠୁ କ୍ଷୀର ଖାଉଥିବା  ଶିଶୁ ସହ ମାଆର ବି ମୃତ୍ୟୁ ହୋଇଛି । ୩୫ ବର୍ଷୀୟା ମହିଳା ଜଣକ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡିଥିଲା । କିନ୍ତୁ ଏ ସଂପର୍କରେ ଜାଣି ପାରିନଥିଲେ ମହିଳା ଜଣକ । ସେ ନିଦରୁ ଉଠିବା ପରେ ତାଙ୍କର ୩ ବର୍ଷର ଶିଶୁକୁ ସ୍ତନ୍ୟପାନ କରାଇଥିଲେ । କିନ୍ତୁ ତାପରେ ହଠାତ ମାଆ ଓ ଶିଶୁ ଅସୁସ୍ଥ ହୋଇପଡିଥିଲା । କାରଣ ସାପ କାମୁଡାରେ  ମାଆର କ୍ଷୀର ବିଷ ପାଲଟିଯାଇଥିଲା । ମାଆ ଓ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା , କିନ୍ତୁ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘର ଲୋକେ ମହିଳା ଶୋଇଥିବା କୋଠରୀ ନିକଟ ଅନ୍ୟଏକ କୋଠରୀରେ ଏକ ସାପକୁ ଦେଖି ଥିଲେ ବି , ସାପଟି ଖସି ଯାଇଥିଲା ।