ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ଅନେକ ସମୟରେ ବିଦ୍ୟାଳୟ ଗୁଡ଼ିକରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ଆସେ । ତେବେ ଏଥିରେ ସୁଧାର ଆଣିବା ପାଇଁ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକଙ୍କୁ ମୁକ୍ତ କରାଯାଇଛି । ଏହି ଦାୟତ୍ୱ ଏବେ ଏସଏଚଜି ଗ୍ରୁପକୁ ଦେଇଛନ୍ତି ରାଜ୍ୟ ସରକାର । 

ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସହ ଛାତ୍ରଛାତ୍ରୀଙ୍କୁ କାମ କରାଯାଉଥିବା ମଧ୍ୟ ଅଭିଯୋଗ ଆସୁଛି । ତେଣୁ ସ୍ୱଚ୍ଛତା ପାଇଁ ମିଶନ ଶକ୍ତି ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କୁଲ ଖାଦ୍ୟ ଦାୟିତ୍ୱ ଏସଏଚଜି ଗ୍ରୁପ ନେବେ । ଏଥିରେ ସେଣ୍ଟ୍ରାଲ କିଚେନ ଦ୍ୱାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବ ନାହିଁ । ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ ମଧ୍ୟାହ୍ନ ଭୋଜନ ବାବଦ ଖର୍ଚ୍ଚ ପାଇବେ ।

ମଧ୍ୟାହ୍ନ ଭୋଜନ ବିତରଣ ବେଳେ ଏସଏଚଜି ସଦସ୍ୟ ଓ ପ୍ରଧାନଶିକ୍ଷକ ଉପସ୍ଥିତ ରହିବେ । ପୂର୍ବରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ ।