ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଯାମିନୀ ଷଡଙ୍ଗୀଙ୍କୁ ଦିଆଗଲା ବଡ଼ ଦାୟିତ୍ୱ । ଆଜି ତାଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓଏସଇପିଏ)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।