ବାଣୀବିହାର ଛକରେ ହାଇୱାକୁ ପିଟିଲା ସ୍କୁଲ ବସ

ଭୁବନେଶ୍ବର: ବାଣୀବିହାର ଛକରେ ସ୍କୁଲ ବସ ଦୁର୍ଘଟଣା । ଏନଏଚ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ସୁଦାନନ୍ଦ ସ୍କୁଲ ବସ। ପିଲାଙ୍କୁ ନେବାକୁ ଯାଉଥିବାବେଳେ ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ବସ । ଏହି ଦୁର୍ଘଟଣାରେ ବସ ଡ୍ରାଇଭର ଅଳ୍ପକେ ବର୍ତି ଯାଇଥିବାବେଳେ, ବସରେ କୌଣସି ଛାତ୍ରଛାତ୍ରୀ ନଥିବା ସୂଚନା ରହିଛି । ଦୁର୍ଘଟଣାରେ ବସର ସାମ୍ନା ଭାଗ ବନେଟ ଓ କାର୍ବୋରେଟର ଫାଟିଯାଇ ସାମ୍ନା କାଚ ଭାଙ୍ଗି ଚୁରମାର ହୋଇଛି ।

ଆଜି ସକାଳୁ ବସଟି ପିଲାଙ୍କୁ ସ୍କୁଲ ନେବାକୁ ଯାଉଥିଲା । ଏହି ସମୟରେ ସତସଙ୍ଗ ବିହାର ନିକଟରେ ହାଇୱାକୁ(OD33H7249) ହଠାତ ପଛ ପଟୁ ଧକ୍କା ଦେଇଥିଲା ବସ(OR02AN7501) । ହଠାତ ବ୍ରେକ ମାରିବାରୁ ଦୁର୍ଘଟଣା ଘଟିଥିବା ବସ ଡ୍ରାଇଭର ୟୁନୁସ ମହମ୍ମଦ କହୁଥିବାବେଳେ ଦୁଇ ଯାନ ମଧ୍ୟରେ ଦୂରତା କମ ଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବାଣୀବିହାର ଛକରୁ କିଛି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଗାଡିରେ ଚଢିଥାନ୍ତେ । ଭାଗ୍ୟ ବଶତଃ ଦୁର୍ଘଟଣାଟି ଏହା ପୂର୍ବରୁ ଘଟି ଏକ ବଡ ଅଘଟଣରୁ ଏଡାଇ ଯାଇଛି ।

ସେପଟେ ଦୁର୍ଘଟଣାକୁ ନେଇ କିଛି ସମୟ ଧରି ଚାପା ଉତେଜନା ଦେଖିବାକୁ ମିଳିଥିଲା । ଏହାପରେ ଘଟଣାସ୍ଥଳରେ ପୋଲିସ ପହଂଚି ଦୁଇ ଗାଡିକୁ ଥାନାକୁ ନେବା ସହ ଗାଡିର ଫିଟନେସ ଓ ଅନ୍ୟାନ୍ୟ ଜିନିଷ ଯାଂଚ କରିଛି ।