ସାରଥି ମାମଲାକୁ ନେଇ ରୋଚକ ତଥ୍ୟ ଦେଲେ ଅରୁଣ ବୋଥ୍ରା

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ଭଣ୍ଡ ସାରଥି ବାବା ଓରଫ ସନ୍ତୋଷ ରାଉଳକୁ ନେଇ ପୁଣି ଚର୍ଚ୍ଚା । କିଏ ଥିଲେ ସାରଥି । କଣ ଥିଲା ତାଙ୍କ ପାଖରେ ଦିବ୍ୟ ଶକ୍ତି । କଣ ପାଇଁ ଲୋକ ତାଙ୍କୁ ଭଗବାନ ଭାବେ ପୂଜା କରୁଥିଲେ । ତାହାକୁ ନେଇ କିଛି ରୋଚକ ପ୍ରଶ୍ନର ଉତ୍ତର ରଖିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା । 

ସୂଚନାନୁସାରେ, ସାରଥିଙ୍କ ପାଖରେ ବହୁ ଦିବ୍ୟ ଶକ୍ତି ଥିବା ନେଇ ତାଙ୍କୁ ଗିରଫ କରାଯିବା ସମୟରେ ଚର୍ଚ୍ଚା ହୋଇଥିଲା । ସେ ଜଣେ ଅବତାରି ପୁରୁଷ ଥିଲେ ବୋଲି ତାଙ୍କ ପ୍ରଶଂସକ କହୁଥିଲେ । ଏପରିକି ସିମେଣ୍ଟ ଗାଇରୁ କ୍ଷୀର ବାହାରୁଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହି ସବୁ କଥା ମିଛ ଥିଲା । ଏବଂ ଲୋକଙ୍କ ସାମନାରେ ଏହି କଥା କଥି ପାରି ନଥିବା ସାରଥିଙ୍କୁ ଜେରା ବେଳେ ସେ ଉତ୍ତର ଦେଇଥିଲେ ବୋଲି ଟ୍ୱିଇଟ କରି ଅରୁଣ ବୋଥ୍ରା କହିଛନ୍ତି । ସାରଥିଙ୍କ ଗିରଫ କରାଯିବା ବେଳେ ଜଣେ ଆଶ୍ରମର ଜଣେ କର୍ମୀ କହିଥିଲେ ଯେ, ସାରଥିଙ୍କ ପାଖରେ ଇଶ୍ୱରୀୟ ଶକ୍ତି ରହିଛି । ଯାହା ସମସ୍ତଙ୍କୁ ଧ୍ୱଂସ କରିଦେବ ବୋଲି ଟ୍ୱିଇଟ କରି ତଥ୍ୟ ରଖିଛନ୍ତି ଅରୁଣ ବୋଥ୍ରା । ଏହି ସବୁ ମିଛ ଥିଲା । ଏହା ସହ ତଦନ୍ତ ସମୟରେ ସାରଥିଙ୍କ ସହ ୈକାଣସି ପ୍ରକାର ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରାଯାଇନି ବୋଲି ବୋଥ୍ରା କହିଛନ୍ତି । ସନ୍ତୋଷ ରାଉଳ ୪ବର୍ଷ ହେଲା ଜେଲରେ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ଭଣ୍ଡ ସାରଥିଙ୍କୁ ବାରମୂଳ ଆଶ୍ରମରୁ ଗିରଫ କରାଯାଇଥିଲା । ଏହାପରେ ୨୦୧୯ ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ପରେ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା ।