ବାଲିଗୁଡା : ଅଟୋରେ ଯିବା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ । ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ରେ । ଜିଲ୍ଲାର ସାରଙ୍ଗଡ ଥାନା ଅଂଚଳରେ ଜଣେ ଯୁବତୀ ଘରକୁ ଯିବା ସମୟରେ ଦୁଷ୍କର୍ମର ଶିକାର ହୋଇଛନ୍ତି । ସେ ଅଟୋରେ ଘରକୁ ଯିବାବେଳେ ତାଙ୍କୁ ଅଭିଯୁକ୍ତଜଣକ ସ୍ଥାନୀୟ ଏକ ହାଇସ୍କୁଲ ପରିସରରେ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଏତଲା ଦେବାପରେ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି ।