ଆଜି ଶ୍ରୀନଗର ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ୩୭୦ ଉଚ୍ଛେଦ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ପ୍ରଥମ କରି ଶ୍ରୀନଗର ଗସ୍ତରେ ଯିବେ। ରାହୁଲଙ୍କ ସହିତ ସିପିଆଇ-ଏମ୍‌, ସିପିଆଇ, ଆରଜେଡି, ଏନସିପି, ଟିଏମସି ଓ ଡିଏମକେ ଭଳି ୧୦ଟି ବିରୋଧୀ ଦଳର ପ୍ରତିନିଧି ଶ୍ରୀନଗର ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୩୭୦ ଉଚ୍ଛେଦ ପରେ କାଶ୍ମୀରରେ କଡା ପ୍ରତିବନ୍ଧକ ଲଗାଯାଇଛି। ସେବେଠାରୁ କୌଣସି ରାଜନୈତିକ ଦଳର ନେତାଙ୍କୁ ଜାମ୍ମୁ-କାଶ୍ମୀରକୁ ପ୍ରବେଶ ଲାଗି ଅନୁମତି ଦିଆଯାଇ ନାହିଁ। କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଦୁଇ ଥର ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖାଯାଇଛି।