ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପ୍ରତାପ ଷଡଙ୍ଗୀ ଅଚାନକ ପରିଦର୍ଶନ କରିଛନ୍ତି । ମେଡିକାଲରେ ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ସକାଳ ପ୍ରାୟ ୮ଟା ବେଳେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ଗସ୍ତ କରିଥିଲେ । ମେଡିକାଲରେ ପହଂଚି ପ୍ରଥମେ ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ।

ରୋଗୀମାନେ ତଳେ ଶୋଇଥିବାର ଦେଖି ଏବଂ ଅପରିଷ୍କାର ପରିବେଶକୁ ଦେଖି କ୍ଷୋଭ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ  ସେବା ସୁଧାରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ତେବେ ତାଙ୍କର ଏହି ପରିଦର୍ଶନ ସଂପର୍କରେ ନା ଗଣମାଧ୍ୟମ ନା ହିଁ ଦଳୀୟ କର୍ମୀମାନେ ଜାଣିନଥିଲେ । ତାଙ୍କର ଏହି ନିଆରା ବ୍ୟକ୍ତିତ୍ୱ ପାଇଁ ସେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିଜର ପ୍ରଚାର ପ୍ରସାରଠାରୁ ଦୂରରେ ରହି ଲୋକମାଙ୍କର ସମସ୍ୟାର ସମାଧାନ କରିବା ପାଇଁ ପ୍ରତାପଙ୍କର ଏଭଳି ପ୍ରୟାସକୁ ସମସ୍ତେ ସ୍ୱାଗତ କରିଛନ୍ତି ।