ଆଜିଠାରୁ +୩ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଛାତ୍ରଛାତ୍ରୀମାନେ ଆଜି ଦିନ ୧୧ଟା ପରେ ଅନଲାଇନ ଯୋଗେ ଆବେଦନ କରିପାରିବେ ।

ଛାତ୍ରଛାତ୍ରୀମାନେ ନିର୍ଧାରିତ ୱେବସାଇଟରେ ଫର୍ମ ଫିଲଅପ କରି ଦାଖଲ କରିପାରିବେ । ଏହାପରେ ଏହାକୁ ସାମସ୍ ସେଂଟରରେ ଦାଖଲ କରିବେ । ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ  ।ତେବେ ଫର୍ମ ଦାଖଲର ଶେଷ ତାରିଖ ଜୁଲାଇ ୮ ରହିଛି । ଛାତ୍ରଛତ୍ରୀମାନେ ଅତିକମରେ ୫ଟି ଏବଂ ଅତିବେଶୀରେ ୨୦ଟି କଲେଜ ପାଇଁ ଆବେଦନ କରିପାରିବେ । ଏହାସହ କିନ୍ନର ଏବଂ ଭିନ୍ନକ୍ଷମଙ୍କ ପାଇଁ କୌଣସୀ ଫର୍ମ ଫି ଦେବାକୁ ପଡିବ ନାହିଁ ।

ଏହାପରେ ଆସନ୍ତା ୧୮ ତାରିଖରେ ପ୍ରଥମ କଟଅଫ ମାର୍କ ପ୍ରକାଶ ପାଇବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ତାରିଖ ମଧ୍ୟରେ କଲେଜରେ ନାମ ଲେଖାଇ ପାରିବେ । ଏତତ୍ ବ୍ୟତୀତ ଦ୍ୱିତୀୟ କଟଅଫ ମାର୍କ ଅଗଷ୍ଟ ୫ ତାରିଖରେ ପ୍ରକାଶ ପାଇବ । ଏହାପରେ ବଳି ପଡିଥିବା ସିଟରେ ସ୍ପଟ ଆଡମିସନ କରାଯାଇ ଏହାକୁ ପୂରଣ କରାଯିବ ।