ଅଷ୍ଟମରେ ରହିବ ପାସ ଫେଲ ବ୍ୟବସ୍ଥା

ଭୁବନେଶ୍ୱର:ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ନୂଆ ନୂଆ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ କେବଳ ବିଦ୍ୟାଳୟରେ କେବଳ  ଅଷ୍ଟମରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ସରକାର ଶିକ୍ଷାରେ ସଂସ୍କାର ଆଣିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗଣଶିକ୍ଷା ବିଭାଗ ପକ୍ଷରୁ ବୈଠକ କରାଯାଇ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ପ୍ରୟାସ ଜାରି ରହିଛି । ଏଣିକି କେବଳ ଅଷ୍ଟମ ବାର୍ଷିକ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା ରହିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ବିଦ୍ୟାଳୟର ପଂଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା କରାଯିବା ନେଇ ଗତକାଲି ଆଲୋଚନା କରାଯାଇଥିଲା ।