ଭୁବନେଶ୍ୱର : ଶିଶୁ ସୁରକ୍ଷା ଏକ ସାମୁହିକ ଦାୟିତ୍ବ। ଅାସ ଅାମେ ଏକାଠି ହେବା, ଶିଶୁ ନିର୍ଯାତନା ବନ୍ଦ କରିବା। ରାଜ୍ୟରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ରୋକିବା ପାଇଁ ଓଡିଶା ପୋଲିସ ଏଭଳି କିଛି ସ୍ଲୋଗାନ ଦେଇ ଅାରମ୍ଭ କରିଛି ନିଅାରା ଅଭିଯାନ। ରାଜ୍ୟ ପୋଲିସ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଅାସନ୍ତା କାଲିଠାରୁ ରାଜ୍ୟବ୍ୟାପି ଗଡିବ ପରୀ ରଥ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତା କାଲି ଭୁବନେଶ୍ବର ଟ୍ରଫିକ ଥାନାରେ ଏହାକୁ ଉଦଘାଟନ କରିବେ। ଭୁବନେଶ୍ବରସ୍ଥି ଡିଜି କ୍ୟାମ୍ପ ଅଫିସରରେ ଅାୟୋଜିତ ସମ୍ବାଦିକ ସମ୍ମଳନୀରେ ରାଜ୍ୟ ପୋଲିସ ମହା ନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। ‘ପରୀ ପାଇଁ କଥାଟିଏ’ ନାରା ଦେଇ ଅାସନ୍ତା କାଲିଠାରୁ ଅାରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଜୁନ ୧୨ ତାରିଖରେ ଉଦଯାପିତ ହେବ। ମୋଟ ୧୫ ଟି ପରୀ ରଥ ରାଜ୍ୟବ୍ୟାପି ସମସ୍ତ ଜିଲାରେ ବୁଲିବ। ପ୍ରତି ଗାଡି ପିଛା ୪ ଜଣ ପୋଲିସ ଅଧିକାରୀ ଏବଂ ଜଣେ ନୋଡାଲ ଅଫିସର ଏହାକୁ ପରିଚାଳନା କରିବେ। ଏହି ଅବସରରେ ଡିଡିଓ ପ୍ରଦର୍ଶନ, ଲିଫଲେଟ, ପାମ୍ପଲେଟ ବଣ୍ଟନ କରାଯିବ। କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଏସପି ପରିଚାଳନା କରିବେ ବୋଲି ପୋଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଅାଜି ସମ୍ବାଦିକ ସମ୍ମଳନୀରେ ପାରୀ ପାଇଁ କଥାଟିଏ ଥିମ ସଙ୍ଗ ମଧ୍ୟ ଉନ୍ତୋଜିତ ହୋଇଯାଇଛି।