ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଓଡ଼ିଶା ସ୍କାଉଟ୍‌ସ ଓ ଗାଇଡସ୍ ଦ୍ୱାରା ରକ୍ତଦାନ ଶିବିର

ସଂଗ୍ରହ ହେଲ ୭୭ ୟୁନିଟ୍ ରକ୍ତ

ଭୁବନେଶ୍ୱର  : ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଭୁବନେଶ୍ୱର ସ୍ଥିତ ଏହାର ମୁଖ୍ୟାଳୟ ପରିସରର ରାଧାନାଥ ସମ୍ମିଳନୀ କକ୍ଷରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଛି । ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ରେଂଜର ଏବଂ କିଛି ସହୃଦୟ ବ୍ୟକ୍ତି ଏହି ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ଶିବିରରୁ ୭୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟନାୟକ, ମହାକାଳପଡା ବିଧାୟକ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଉପ-ସଭାପତି ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ରାଜ୍ୟ ମୁଖ୍ୟ କମିସନର ଡ. କାଳିପ୍ରସାଦ ମିଶ୍ର, ଓଡ଼ିଶା-ମୋ ପରିବାର ଭୁବନେଶ୍ୱର(ମଧ୍ୟ) ଜିଲ୍ଲା ସଂଯୋଜକ ଶ୍ରୀ ନବ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ମାସ୍କ, ସାନିଟାଇଜର ଏବଂ ଜୀବନବିନ୍ଦୁ ଅଭିନନ୍ଦନ ପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ ।