ହୋମଗାର୍ଡ ପାଇଁ ଖୁସି ଖବର, ଦୈନିକ ୫୦୦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହୋମଗାର୍ଡଙ୍କ ପାଇଁ ଖୁସି ଖବର । ହୋମଗାର୍ଡଙ୍କୁ ଦୈନିକ ୫ ଶହ ଟଙ୍କା ଲେଖାଏଁ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହୋମାଗାର୍ଡଙ୍କ ମାନ୍ୟତା ବଢ଼ାଇବା ସହ ଦରମା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାସକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ଆଦେଶ ଲାଗୁ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ୧୭ ହଜାର ୬ଶହ ୬୫ ଜଣ ହୋମଗାର୍ଡ କାର୍ଯ୍ୟରତ ଥିବାବେଳେ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ସେମାନଙ୍କୁ ଆଣି ଦେଇଛି ଖୁସି।