ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ ଭାରତ’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇନ୍ଦୁ ଭୂଷଣଙ୍କ ନେତୃତ୍ୱରେ ଆସିଥିବା ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ”ଯୋଜନା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଏହି ଦୁଇ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।
ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଆମ
ରାଜ୍ୟରେ କାର୍ଯ୍ୟକାରୀ ଦେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶର ଏକ
ସବୁଠାରୁ ଭଲ ଯୋଜନା । ଆଜି ସେମାନଙ୍କ ସହିତ ଯେଉଁ ଆଲୋଚନା ହେଲା ତାହା ପ୍ରାଥମିକ ପର୍ଯ୍ୟାୟ ଆଲୋଚନା । ସେମାନେ ବିଧିବଧ ଭାବେ ପ୍ରସ୍ତବ ଦେବା ପରେ ଆମେ ତାଙ୍କର ପ୍ରସ୍ତାବକୁ ତର୍ଜମା କରିବୁ । ଆମ ରାଜ୍ୟ ଯଦି ବିଶେଷ ଭାବେ ଉପକୃତ ହୋଇ ପାରିବ ତାହା ହେଲେ ବିଚାର କରାଯାଇପାରେ । ପ୍ରକାଶ ଥାଉକି ଆମର ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାର ଉପକୃତ ହେଉଛନ୍ତି । ୨୦୧୮ ମସିହା ଡିସେମ୍ବର ମାସରୁ ବନ୍ଦ ହୋଇଯାଇଥିବା କେନ୍ଦ୍ର ସରକାରଙ୍କ ରଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିମା ଯୋଜନାର ୪୪ ଲକ୍ଷ ହିତାଧିକାରୀ ମଧ୍ୟ ଅନ୍ତର୍ଭୁକ୍ତ । ରାଜ୍ୟ ଓ ରାଜ୍ୟ ବାହାରର ୨୧୮ ଟି ଘରୋଇ ଡାକ୍ତରଖାନାରେ ମଧ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ଉପଲ୨ କରାଯାଇଛି ।
ଏହି କେନ୍ଦ୍ରୀୟ ଦଳ ପ୍ରଥମେ ମୁଖ୍ୟ ଶାସନସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ସଚିବାଳୟ ଠାରେ ସ୍ୱାସ୍ଥ୍ୟମବୀଙ୍କ ଆଲୋଚନା କାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା , କେନ୍ଦ୍ରରୁ ଆସିଥିବା ମନୁ ଶୁକ୍ଳା , ଆଦିତି ଭାର୍ଗବ , ଆସ୍ଥା ଆରୋରା ଓ ରୋହିତ ଦେଓ ଝାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।