ଓଡିଶା ଦେଶରେ ପ୍ରଥମ : କୋଭିଡ୍ -୧୯ ରୋଗୀଙ୍କ ପାଇଁ ଖୋଲିବ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ଖୋଲିବ ୧୦୦୦ ଶଯ୍ୟା ବିଶିଷ୍ଟ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଆଜି ଲୋକସେବା ଭବନରେ ରାଜ୍ୟ ସରକାର, ସମ୍ ମେଡିକାଲ କଲେଜ ଓ କିମ୍ସ ମେଡିକାଲ କଲେଜ ମଧ୍ୟ ଦୁଇଟି ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଆସନ୍ତା ୧୫ଦିନ ମଧ୍ୟରେ ହେବାକୁ ଥିବା ଏହି ହସ୍ପିଟାଲ ନିମନ୍ତେ ଓଡ଼ିଶା ଖଣି ନିଗମ ଓ ମହାନଦୀ କୋଲ ଫିଲଡସ୍ ସେମାନଙ୍କ ଔଦ୍ୟୋଗିକ ସାମାଜିକ ପ୍ରତିବଦ୍ଧତା(ସିଏସଆର) ପାଣ୍ଠିରୁ ଅର୍ଥ ଯୋଗାଇଦେବେ । ଏନେଇ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ପାଗଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।