ଭଲ ଫସଲ ପାଇଁ ଜମିରେ ପୁତୁରାକୁ ବଳି ଦେଲା ବଡବାପା !

ଅନ୍ଧବିଶ୍ବାସର କରୁଣ ପରିଣତି

ନୂଆପଡା : ଆସନ୍ତା ଋତୁରେ ଭଲ ଫସଲ ପାଇଁ ଜମିରେ ପୁତୁରାର ବଳି ଚଢାଇଲା ବଡବାପା । ଏପରି ଏକ ଜଘନ୍ୟ ଘଟଣା ଘଟଛି ନୂଆପଡା କୋମନା ଥାନା ଜଡାମୁଣ୍ଡା ଗାଁରେ । ଅନ୍ଧବିଶ୍ବାସର କରୁଣ ପରିଣତି । ଭଲ ଫସଲ ପାଇଁ ବିଲରେ ପଶୁ ପକ୍ଷୀଙ୍କ ବଳି ଚଢାଇ ରକ୍ତ ଦେବା  ପ୍ରଥା ରହିଛି । ତେବେ ନିଜ ପୁତୁରାକୁ ବଳି ଚଢାଇ ଗଣ୍ଡି ମୁଣ୍ଡ ଅଲଗା କରି ବିଲରେ ରକ୍ତ ଦେଇଛି ନରହନ୍ତା ବଡବାପା ଚିନ୍ତାମଣି ମାଝୀ ।

ଆଜି ଚିନ୍ତାମଣଇ ନିଜ ଜମିରେ ବୁଲୁଥୁବା ବେଳେ ପାଖ ଜମିରେ କାମ କରୁଥିବା ବଡ ପୁତୁରା ରୁପ ସିଂ ପାଇଁ ସାନ ପୁତୁରା ଧନ ସିଂ ପଖାଳ ନେଇ ଆସିଥିଲା । ଏତିକିବେଳେ ଧନସିଂଙ୍କୁ ବଡବାପା ଡାକିଥିଲା । ଏକ ମହୁଲ ଗଛ କାଟିବା ବାହାନାରେ ଡାକିଥିଲା । ସେଛିକୁ ଯିବା ପରେ ପୂର୍ବ ଯୋଜନା ଅନୁଯାୟୀ ଆକ୍ରମଣ ବଡବାପା କରିଥିବା ବେଳେ ନାବାଳକ ଧନ ସିଂ ଚିତ୍କାର କରିଥିଲା । ଏହା ଶୁଣି ବଡ ଭାଇ ରୁପ ସିଂ ଦୌଡି ଆସୁଥିବା ବେଳେ ବଡବାପା ଏକ କଟୁରୀରେ ଧନ ସିଂର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲା । ଖବର ପାଇଁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଅଭିଯୁକ୍ତ ଚିନ୍ତାମଣିକୁ ଅଟକ ରଖି ତଦନ୍ତ କରୁଛି ।