କରୋନା ମୁକାବିଲା ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ୩ ଟି ପ୍ରସ୍ତାବ ଦେଲେ ନବୀନ

କରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶରେ ଚାଲିଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ  ଅବଧି ପୂରଣ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଛି। ଏହାରି ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କେତେକ ରାଜ୍ୟ ଲକ୍ ଡାଉନ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ ଦେଇଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ୩ ଟି ପ୍ରସ୍ତାବ ଉପରେ ଗୁରୁତ୍ଵଦେବାକୁ ପ୍ରସ୍ତାବ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ନବୀନ ଦେଇଥିବା ପ୍ରସ୍ତାବ ମଧ୍ୟରେ କରୋନା ପାଇଁ ନମୁନା ପରୀକ୍ଷଣ ପାଇଁ କେନ୍ଦ୍ର ବଢାଇବା ଓ ବିଭିନ୍ନ ରାଜ୍ୟରେ ଫଶିରହିଥିବା ଶ୍ରମିକମାନଙ୍କୁ ସେହି ରାଜ୍ୟ ସରକାର ଯତ୍ନ ନେବା ପାଇଁ ଦାବି କରିଛନ୍ତି । ଏଥି ସହିତ ବିଭିନ୍ନ ରାଜ୍ୟରେ ଫଶିରହିଥିବା ଛାତ୍ର, ଶ୍ରମିକ ଓ ତୀର୍ଥଯାତ୍ରୀଙ୍କ ସହଜ ଫେରିବା ଲାଗି କେନ୍ଦ୍ର ସରକାର ଏସଓପି ଦାବି କରିଛନ୍ତି। ଏଥିଲାଗି ଜାତୀୟସ୍ତରରେ ଏକ ଏସଓପି କରିବାକୁ ଦାବି କରିଛନ୍ତି ନବୀନ । ଏସଓପି ଲାଗୁହେଲେ ମେ ୩ ତାରିଖ ପରେ ଲକଡାଉନ୍ ଖୋଲିଲା ପରେ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଅଣାଯିବାରେ ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।