ରବି ମିତଲ ନୂତନ କେନ୍ଦ୍ର କ୍ରୀଡା ସଚିବ ନିଯୁକ୍ତ

ନୂଆଦିଲ୍ଲୀ: ବଦଳିଲେ କେନ୍ଦ୍ର କ୍ରୀଡାସଚିବ । ପୂର୍ବରୁ ଦାୟିତ୍ୱରେ ଥିବା ରାଧେଶ୍ୟାମ ଜୁଲାନିୟାଙ୍କ ସ୍ଥାନ ନେଇଛନ୍ତି ରବି ମିତଲ । କେନ୍ଦ୍ର କ୍ୟାବିନେଟ ରବିବାର ରବି ମିତଲଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନୂତନ ସଚିବ ନିଯୁକ୍ତ କରିଛନ୍ତି ।

ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ରହିଥିଲେ ରବି ମିତଲ । ପ୍ରାୟ ୨୩ ଜଣ ସିିନିୟର ଆଇଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ନିଯୁକ୍ତ ହୋଇଛନ୍ତି ।