ବୌଦ୍ଧ : ସାଙ୍ଗ ସାଜିଲା ଶତ୍ରୁ । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲିକପଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିର ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ସୌମିତ୍ର ନାଏକଙ୍କୁ ହତ୍ୟା କରାଯାଇଛି । ମୃତ ସୌମିତ୍ରଙ୍କ ସମେତ ତାଙ୍କର ୩ ଜଣ ସାଙ୍ଗ ମିଶି ଗତକାଲି ରାତିରେ ଭୋଜି କରିଥିଲେ । କୌଣସି କାରଣରୁ ତାଙ୍କ ଭିତରେ ପ୍ରଥମେ ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ତିନିଜଣ ସାଙ୍ଗ ସୌମିତ୍ରଙ୍କୁ ସଂଘବଧ ଭାବେ ମାଡ ମାରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଖବର ପାଇ ବାଉଁଶୂଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି । ଏହା ସହ ତିନିଜଣ ସାଙ୍ଗକୁ ଅଟକ ରଖି ପଚରା ଉଚରା କରୁଛି ।