ହିମାଚଳପ୍ରଦେଶ : ଓଡିଶାରେ ଷ୍ଟଡି ଟୁରବେଳେ ଛାତ୍ରୀଙ୍କୁ ଯୈନ ନିର୍ଯ୍ୟାତନା ଦେଇଥିଲେ ପ୍ରିନସପାଲ । ଛାତ୍ରୀଙ୍କୁ କରିଥିଲେ ଅସଦାଚରଣ । କାହାକୁ ନଜଣାଇବାକୁ ଦେଇଥିଲେ ଧମକ । ସେଥିଲାଗି ନିଯ୍ୟାତିତ ହୋଇଥିବା ଛାର୍ରୀ ଭୟରେ କାହାକୁ ଅଭିଯୋଗ କରିନଥିଲେ । ହେଲେ ମାସକ ପରେ ଘଟଣା ପଦାକୁ ଆସିଲା । ଯୌନ ନିଯ୍ୟାତିତା ହୋଇଥିବା ଛାତ୍ରୀଙ୍କ ଠୁ ଖବର ମିଳିବା ପରେ କେତେକ ଯୁବକ ପ୍ରିନସିପାଲଙ୍କୁ ହତ୍ୟା କରିଛନ୍ତି । ଘଟଣା ଘଟିଛି ହିମାଚଳପ୍ରଦେଶର ଶିବାଲିକ ସାଇନ୍ସ ସ୍କୁଲରେ ।
ସୂଚନା ମୁତାବକ, ଶିବାଲିକ୍ ସାଇନ୍ସ ସ୍କୁଲର ପ୍ରିନ୍ସିପାଲ ଭଗତ ରାମ ସାଇନି ଗତ ମାସରେ ସ୍କୁଲ ପିଲାଙ୍କୁ ନେଇ ଷ୍ଟଡ଼ି ଟୁର୍ରେ ଓଡ଼ିଶା ଆସିଥିବା ବେଳେ ସ୍କୁଲର ଛାତ୍ରୀଙ୍କୁ ସହ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ପୁଲିସରେ କେହି ଅଭିଯୋଗ ନ କରିବାରୁ ତାଙ୍କୁ ଗିରଫ କରାଯାଇ ନଥିଲା । କୁହାଯାଉଛି କି ସେ ସଂପୃକ୍ତ ଛାତ୍ରୀଙ୍କୁ ଅଭିଯୋଗ ନ କରିବାକୁ ଧମକ ଦେଇଥିଲେ।
କିନ୍ତୁ ସୋମବାର ସକାଳେ ହଠାତ୍ କିଛି ଯୁବକ ଭଗତଙ୍କ ଘରେ ପଶି ତାଙ୍କୁ ଲୁହା ରଡରେ ପିଟି ଓ ଛୁରୀ ଭୁସି ହତ୍ୟା କରିଥିବା ବେଳେ ଏହି ଘଟଣାରେ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ସ୍କୁଲ୍ ପିଲାଙ୍କୁ ଧରି ଷ୍ଟଡିଟୁର୍ରେ ଓଡ଼ିଶା ଆସିଥିବା ବେଳେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାର ପ୍ରତିଶୋଧ ନେବାଲାଗି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରିଛି । ଏହି ଘଟଣାରେ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ତାଙ୍କ ପୁଅର ଗୋଡ଼ ହାତବାନ୍ଧି ଦେଇଥିଲେ ଦୁର୍ବୃତ୍ତ। ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିିଟିଭି ଫୁଟେଜ୍ ଚେକ୍ କରିବା ଆରମ୍ଭ କରିଛି ପୁଲିସ