ଏହି ରାଜ୍ୟରେ ମୋବାଇଲ ଫୋନରେ କଥା ହୋଇ ଗାଡ଼ି ଚଳାଇଲେ ଫାଇନ୍ ଗଣିବେ ୧୦ ହଜାର

ଉତ୍ତରପ୍ରଦେଶ: ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ଏଣିକି ଆଉ ଶହେ କି ହଜାରେ ନୁହେଁ । ଏକାଥରକେ ପଡିବ ୧୦ ହଜାର ଟଙ୍କା ଫାଇନ୍ । ଉତ୍ତରପ୍ରଦେଶ ସରକାର ଦଣ୍ଡ ବିଧାନ ନେଇ ଏଭଳି ନିୟମ ଆଣିଛନ୍ତି । ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର ।

ଏସମ୍ପର୍କିତ ବିଜ୍ଞପ୍ତି ବି ଜାରି କରିଛି ଉତ୍ତରପ୍ରଦେଶ ପରିବହନ ବିଭାଗ । ଗତକାଲି ବିଧିବଦ୍ଧ ନିର୍ଦ୍ଦେଶନାମା ବାହାରିଛି । କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନ ଅନୁସାରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇ ଧରାପଡ଼ିଲେ ହଜାରେ ଟଙ୍କା ଜରିମାନା ଆଦାୟ ହେବ । ଦ୍ୱିତୀୟ ଥର ଧରାପଡ଼ିଲେ ଦୁଇ ହଜାର ଟଙ୍କା ଫାଇନ୍ ପଡ଼ିବ ।