ପଦରୁ ଇସ୍ତଫା ଦେବାକୁ ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ତୃଣମୂଳ କଂଗ୍ରେସ ଏବଂ ମମତା ଦିଦିଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡିଥିବା ଦେଖାଯାଇଛି । ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବା ପାଇଁ କହିଛନ୍ତି । କୋଲକତାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ମମତା ଇସ୍ତଫା ପତ୍ର ଦେବା ପାଇଁ କହିଛନ୍ତି ।

ମମତା କହିଛନ୍ତି କି, କେନ୍ଦ୍ର ଆମ ବିରୋଧରେ କାମ କରିଛି । କେନ୍ଦ୍ର ଆମ ପାଇଁ ଆପତିକାଳ ଭଳି ସ୍ଥିତି ସୃଷ୍ଟି କରିଛି । ହିନ୍ଦୁ ମୁସଲମାନ ବିଭାଜନ କରାଯାଇଛି, ଭୋଟ ବଂଟା ଯାଇଛି । ମୁଁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲି କିନ୍ତୁ କୌଣସୀ ସୁଫଳ ମିଳି ନାହିଁ । ମୁଁ ଏହି ବୈଠକର ଆରମ୍ଭରୁ କହି ସାରିଥିଲି କି, ମୁଁ ଏଥର ମୁଖ୍ୟମନ୍ତ୍ରୀ ହେବି ନାହିଁ । 
ପଶ୍ଚିମବଙ୍ଗରେ ଚଳିତ ନିର୍ବାଚନରେ ବିଜେପି ସହ ଟିଏମସିର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଥିଲା । ବହୁ ସ୍ଥାନରେ ବିଜେପି ନେତା ଏବଂ କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଦେଖାଯାଇଛି । ତେବେ ମଇ ୨୩ରେ ନିର୍ବାଚନ ଫଳାଫଳ ଆସିବା ପରେ ମମତାଙ୍କୁ ଜବରଦସ୍ତ ଝଟକା ଲାଗିଛି । ବିଜେପି ଏଠାରେ ୧୮ଟି ଆସନ କବଜା କରିଛି । ସେହି ସମୟରେ ଟିଏମସିକୁ ୨୨ଟି ଆସନ ମିଳିଛି । ଯାହାକି ମମତାଙ୍କ ପାଇଁ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ।