ଭୁବନେଶ୍ବର : ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣ ପାଇଁ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଦେଶ ବିଦେଶର ଶିଳ୍ପପତିଙ୍କୁ ସ୍ବାଗତ ଲାଗି ଜନତା ମଇଦାନ ଭେନ୍ୟୁରେ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । କନକ୍ଲେଭରେ ଶିଳ୍ପ ପ୍ରଦର୍ଶନୀ ସାଙ୍ଗକୁ ସ୍ବତନ୍ତ୍ର ପ୍ୟାବିଲିଅନ୍ କରାଯାଇଛି । ଶିଳ୍ପମନ୍ତ୍ରୀ ପ୍ରସ୍ତୁତି ତଦାରଖ କରୁଛନ୍ତି । ସେପଟେ ମେକଇନ ଓଡ଼ିଶା ସଫଳ ହେଲେ, ରାଜ୍ୟର ଶିଳ୍ପ କ୍ଷେତ୍ରରେ ବଡ଼ ସୁଯୋଗ ଆସିବ ବୋଲି କହୁଛନ୍ତି, ଶିଳ୍ପୋଦ୍ୟୋଗୀ ।
ନଭେମ୍ବର ୧୧ରୁ ୧୫ । ଭୁବନେଶ୍ବରରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ । ଏ ହେଉଛି ଜନତା ମଇଦାନ ଦୃଶ୍ୟ । ଯେଉଁଠି ଚାଲିଛି ଜୋରଦାର୍ ପ୍ରସ୍ତୁତି । ଦେଶ ଏବଂ ବିଦେଶର ହାଇ ପ୍ରୋଫାଇଲ୍ ଶିଳ୍ପପତିଙ୍କୁ ସ୍ବାଗତ କରିବାକୁ ସ୍ବତନ୍ତ୍ର ଭାବେ ତିଆରି ହେଇଛି କନକ୍ଲେଭ ଭେନ୍ୟୁ । ୧୧ଟି ହ୍ୟାଙ୍ଗର ଲାଗିଛି । ଓଡ଼ିଶାର ନଦୀମାନଙ୍କ ନାଁରେ ନାମିତ ଏହି ହାଙ୍ଗରରେ ପ୍ରିଲିମିନାରି ସେସନ ଏବଂ ସେସନ ଓ୍ବାର୍କ ହେବ । ସ୍ବତନ୍ତ୍ର ଥିମ ପ୍ୟାବିଲିଅନର ବ୍ୟବସ୍ଥା ହୋଇଛି । ବ୍ୟାକ୍ ଟୁ ବ୍ୟାକ୍ ମିଟିଂ ଲାଗି ସ୍ବତନ୍ତ୍ର ପ୍ଲାଟଫର୍ମ ହେଉଥିବା ବେଳେ ବିଶ୍ବକପ୍ ହକିର ପ୍ରୋମସନ ଓ ସୂଚନା ଲାଗି ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ । ଶିଳ୍ପ ପ୍ରଦର୍ଶନୀ ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଯାହାକୁ ସାଧାରଣ ଲୋକେ ଦେଖିପାରିବେ । ପୂରା ବ୍ୟବସ୍ଥା ଓ ପ୍ରସ୍ତୁତି ଅନୁଧ୍ୟାନ କରୁଛନ୍ତି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଶିଳ୍ପ ମନ୍ତ୍ରୀ ।
ମେକ୍ ଇନ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣରୁ ସରକାର ଅଢ଼େଇ ଲକ୍ଷ କୋଟି ଟଙ୍କା ନିବେଶ ଆଶା ରଖିଛନ୍ତି । ଫୋକସ୍ ଏରିଆ ମଧ୍ୟରେ ରହିଛି ଟେକ୍ସଟାଇଲ୍ ଆପାରେଲ୍, ଫୁଡ୍ ପ୍ରୋସେସିଙ୍ଗ, ହେଲ୍ଥ କେୟାର, ଡାଉନ ଷ୍ଟ୍ରିମ ଆଣ୍ଡ ମେଟାଲ ସେକ୍ଟର, ଇଲେକ୍କ୍ଟ୍ରୋନିକ ମାନୁଫ୍ୟକ୍ଚରିଙ୍ଗ, ଏରୋସ୍ପୋସ ଆଣ୍ଡ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରିଙ୍ଗ ଏବଂ ଟୁରିଜିମ୍ । ଏଭଳି ଉଦ୍ୟମ ରାଜ୍ୟ ଏମ୍ଏସ୍ଏମ୍ଇ ପାଇଁ ଆନ୍ସିଲାରୀ ଇଣ୍ଡିଷ୍ଟ୍ରି କ୍ଷେତ୍ରରେ ବଡ଼ ସୁଯୋଗ ଆଣିବ ପାରିବ । ଏହା ସହ କୌଣସି ବଡ଼ ପ୍ରକଳ୍ପ ଘୋଷଣା, ରାଜ୍ୟ ପାଇଁ ବଡ଼ ସୁଯୋଗ ଆଣିପାରେ ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ରାଜ୍ୟ ସରକାର ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ସମେତ ଜାପାନ, ଦକ୍ଷିଣ କୋରିଆ ଏବଂ ଚୀନରେ ରୋଡ୍ ଶୋ କରି ସାରିଛନ୍ତି । ଏଥର ସଂସ୍କରଣରେ ଫିକି ଇଣ୍ଡଷ୍ଟ୍ରି ପରାର୍ଟନର୍ ଥିବା ବେଳେ ଜାପାନ ରହିଛି କଂଟ୍ରି ପାର୍ଟନର୍ ।