କୁମ୍ଭମେଳାର ଦ୍ୱିତୀୟ ସାହି ସ୍ନାନ : ସଂଙ୍ଗମରେ ବୁଡ ପକାଇଲେ ୩କୋଟିରୁ ଅଧିକ ଶ୍ରଦ୍ଧାଳୁ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ପ୍ରୟାଗ ରାଜରେ ଚାଲିଥିବା ପ୍ରସିଦ୍ଧ କୁମ୍ଭମେଳାର ଆଜି ଦ୍ୱିତୀୟ ସାହି ସ୍ନାନ ।  ମାଘ ଅମାବାସ୍ୟା ବା ମୌନି ଅମାବାସ୍ୟା ଭାବେ ପରିଚିତ ଏହି ପୁର୍ଣ୍ଣ ତିଥିରେ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ ପକାଇଛନ୍ତି । ଆଜିର ଦିନରେ ତିର୍ଥଙ୍କର ଋଷଭ ଦେବେ ମୌନବ୍ରତ ଭଙ୍ଗ କରି ସଙ୍ଗମସ୍ଥଳେ ପ୍ରଥମେ ବୁଡ ପକାଇଥିବାର ବିଶ୍ବାସ ରହିଛି  । ତେଣୁ ଆଜିର ଏହି ସାହି ସ୍ନାନକୁ ବେଶ ପବିତ୍ର ମନେ କରାଯାଉଛି


ପ୍ରୟାଗରାଜରେ ଦ୍ବିତୀୟ ସାହିସ୍ନାନ

ପ୍ରୟାଗରାଜରେ ଦ୍ବିତୀୟ ସାହିସ୍ନାନ । ମକର ସଂକ୍ରାନ୍ତିର ପ୍ରଥମ ସାହିସ୍ନାନ ପରେ ଦ୍ବିତୀୟ ସାହି ସ୍ନାନରେ ସଂଙ୍ଗମରେ ବୁଡ ପକାଇଲେ ୩କୋଟିରୁ ଅଧିକ ଶ୍ରଦ୍ଧାଳୁ ।  ପବିତ୍ର ମାଘ ଅମାବାସ୍ୟା ସହ ସୋମବାର ଥିବାରୁ କୁମ୍ଭମେଳାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଉତ୍ତର ପ୍ରଦେଶ ସରକାର ପ୍ରୟାଗ ଘାଟରେ ୪୧ଟି ଘାଟର ବ୍ୟବସ୍ଥା କରିଛନ୍ତି  

ମୌନି ଅମାବାସ୍ୟା ବା ମାଘ ଅମାବାସ୍ୟାର ଆଜିର ଦିନରେ  ନିରଙ୍କରୀ ସନ୍ୟାସୀ ଋଷଭ ଦେବ ମୌନ ବ୍ରତ ଭଙ୍ଗ କରି ସଙ୍ଗମରେ ବୁଡ ପକାଇଥିବାର ବିଶ୍ବସ ରହିଛି । ତେଣୁ ଆଜିର ସାହିନ୍ନାନର ଅନେକ ମହିମା ରହିଥିବା କୁହାଯାଉଛି । ବଡି ଭୋରରୁ ପ୍ରଥମରେ ମହାନିର୍ମାଣି ଓ ଅଟଳ ଆଖଡାର ସନ୍ୟାସୀ ମାନେ ସଙ୍ଗମରେ  ବୁଡ ପକାଇଥିଲେ । ପରେ ହଜାରହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ସାହିସ୍ନାନରେ ଭାଗ ନେଇ ସଙ୍ଗମରେ ବୁଡ ପକାଇଛନ୍ତି ।

ସୁରକ୍ଷା ଦୁଷ୍ଟିରୁ  ମେଳାକ୍ଷେତ୍ରକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୪୪୦ଟି ସିସିଟିଭି କ୍ୟମାରା ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ସ୍ନାନ ପାଇଁ ବାରିକେଡ ବ୍ୟବସ୍ଥା , ୧୫କମ୍ପାନୀ ପାରାମିଲିଟାରୀ ଫୋର୍ସ, ୧୪ହଜାର ପୋଲିସ କର୍ମୀ, ପ୍ରୟାଗରାଜରେ ନିୟୋଜିତ ହୋଇଛନ୍ତି ।