ପରଦାରେ ଡେବ୍ୟୁ କଲେ କରିସ୍ମାଙ୍କ ଲାଡଲୀ

ମୁମ୍ବାଇ: ବଲିଉଡରେ ବର୍ତମାନ ଷ୍ଟାରକିଡ୍ସଙ୍କ ଡେବ୍ୟୁ ଯୁଗ ଚାଲିଛି । ଅନେକ ଷ୍ଟାର କିଡ ବଲିଉଡରେ ପଦାର୍ପଣ କରିସାରିଲେଣି । ଆଉ ଏବେ ଫେମସ ଅଭିନେତ୍ରୀ କରିସ୍ମା କପୁରଙ୍କ ଲାଡଲୀ ସମାୟରା କପୁର ଅଭିନୟରେ ଡେବ୍ୟୁ କରିଛନ୍ତି । ପରସ୍ପର କଲିଗ ରହିସାରିଥିବା ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଓ କରିସ୍ମାଙ୍କ ଝିଅ ମିଶି ଏକ ସଟ ଫିଲ୍ମ ନିର୍ମାଣ କରିଛନ୍ତି। ଯାହାର ଟାଇଟଲ ‘ଦୌଡ୍’ ରଖାଯାଇଛି। ସେହିପରି ଚଙ୍କି ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି।

ଏହାର ନିର୍ଦ୍ଦେଶନା କରିଛନ୍ତି ଚଙ୍କିଙ୍କ ଝିଅ ରୟାସା ପାଣ୍ଡେ। ସମାୟରାଙ୍କ ସହ ଅଭିନେତା ସଞ୍ଜୟ କପୁରଙ୍କ ସାନ ପୁଅ ଜହାନ କପୁର ମଧ୍ୟ ଅଭିନୟରେ ଡେବ୍ୟୁ କରିଛନ୍ତି। ପାଖାପାଖି ୭ ମିନିଟର ସଟ ଫିଲ୍ମ ‘ଦୌଡ୍’ରେ ମୁମ୍ବାଇର ଏକ ଗରିବଘର ଝିଅ ମୀରାଙ୍କ କାହାଣୀ ପର୍ଯ୍ୟବେଶିତ କରାଯାଇଛି।

ମୀରା ମୁମ୍ବାଇର ସ୍ଥାନୀୟ ଅଂଚଳରେ ପେନସିଲ ବିକୁଛି । ହେଲେ ହଠାତ୍ ଧନୀ ପରିବାର ପିଲାମାନଙ୍କୁ ଷ୍ଟାଡିୟମରେ ଦୌଡୁଥିବାର ଦେଖି ତା ମନରେ ମଧ୍ୟ ଦୌଡିବାକୁ ଇଚ୍ଛା ହେଉଛି। ଯାହା ସଟ ଫିଲ୍ମରେ ଦେଖିବାକୁ ମିଳିଛି।