ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ପକ୍ଷରୁ ପୁରୀରେ ଖାଦ୍ୟ ବଣ୍ଟନ ଓ ସେବାକାଯ୍ୟ

ଭୁବନେଶ୍ୱର : ପୁରୀରେ ଅନୁଷ୍ଠିତ ପବିତ୍ର ରଥଯାତ୍ରାରେ ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍ପିଏଲ୍)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ ଜେଏସ୍ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧାଖାଦ୍ୟ ସମେତ ପାନୀୟଜଳ ଓ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ ଜେଏସ୍ପିଏଲ୍ ଫାଉଣ୍ଡେସନ୍ ୧ଲକ୍ଷ ୨୫ ହଜାରରୁ ଅଧିକ ରନ୍ଧାଖାଦ୍ୟ ଓ ୫୫୦୦ଟି ଗ୍ଲୁକୋଜ୍ ପ୍ୟାକେଟ୍ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗୁଣ୍ଡିଚା ମନ୍ଦିର ନିକଟ ବସ୍ଷ୍ଟାଣ୍ଡ୍ରେ ଏକ ଅସ୍ଥାୟୀ ଶିବିରରେ ଜେଏସ୍ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଥିଲା ।

୧ଲକ୍ଷ ୨୫ ହଜାରରୁ ଅଧିକ ରନ୍ଧାଖାଦ୍ୟ ଓ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ପୁରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାକୁ ଦିଆଯାଇଥିଲା । ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଭ୍ରାମ୍ୟମାଣ ଜଳ ଟ୍ୟାଙ୍କରରେ ଲୋକମାନଙ୍କୁ ଥଣ୍ଡା ପାନୀୟଜଳ ଯୋଗାଯାଇଥିଲା ।

ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ଖାଦ୍ୟ ଖାଇଥିଲେ । ଫାଉଣ୍ଡେସନ୍ର ସହଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସେବାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହା ବ୍ୟତୀତ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ପୁରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାକୁ ଦିଆଯାଇଥିଲା । ଜେଏସ୍ପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଭ୍ରାମ୍ୟମାଣ ଜଳ ଟ୍ୟାଙ୍କରରେ ଲୋକମାନଙ୍କୁ ଥଣ୍ଡା ପାନୀୟଜଳ ଯୋଗାଯାଇଥିଲା ।